କାମ ଦେବନି କି ମୋଦି ମ୍ୟାଜିକ୍? ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ଆଗରେ ଟିଏମସି, ପଛରେ ‘ପଦ୍ମ’ ।

334

କନକ ବୁରୋ: ଦିଦିଙ୍କ ଗଡ଼ରେ ଫୁଟିବନି କି ପଦ୍ମ? କାମ ଦେବନି କି ମୋଦି-ଶାହାଙ୍କ ମ୍ୟାଜିକ୍? ଏକଥା ଆମେ କହୁନୁ ବରଂ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପିକୁ ପଛରେ ପକାଇ ମାଡ଼ି ଚାଲିଛି ଟିଏମସି । ପଶ୍ଚିମବଙ୍ଗର ମୋଟ ୨୯୨ ଆସନରୁ ଟିଏମସି ୨୦୩ ଆସନରେ ଆଗୁଆ ଥିବା ବେଳେ ମାତ୍ର ୮୬ଟି ଆସନରେ ଆଗୁଆ ରହିଛି ବିଜେପି । ଧିରେ ଧିରେ ଗଣତି ଜାରି ରହିଥିବାବେଳେ ଏବେ ବି ଦିଦିଙ୍କ ଖେଲା ହବେ ଆଗରେ ଫିକା ପଡ଼ିବାରେ ଲାଗିଛି ବଙ୍ଗର ‘ପଦ୍ମ’ ଶିବିର ।

ଭୋଟ୍ ପାଇଁ ପ୍ରଚାରବେଳେ ବିଭିନ୍ନ ଦଳମାନେ ଯେଉଁ ଡ୍ରାମା କରିଥିଲେ ତାହା ସାରା ଦେଶ ବି ଦେଖିଛି । ହେଲେ କାହାକୁ ଭରସିବେ ଜନତା ତାହା ହୁଏତ ଏବେଠୁ ଆକଳନ କରିବା ମୁସ୍କିଲ ଲାଗୁଥିଲେ ବି ଟ୍ରେଣ୍ଡ୍ କହୁଛି ଏବେ ମମତା ମୋଦିଙ୍କୁ ମାତ୍ ଦେଇ ଆଗକୁ ଆଗକୁ ମାଡ଼ି ଚାଲିଛିନ୍ତି । ଅନ୍ୟପଟେ ସମସ୍ତଙ୍କ ନଜର ରହିଛି, ନନ୍ଦିଗ୍ରାମର ଫଳାଫଳ ଉପରେ । ନନ୍ଦିଗ୍ରାମରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଏବେ ବି ଛକାପଞ୍ଝା ଚାଲିଛି ।