ପଶ୍ଚିମବଙ୍ଗର ପ୍ରତ୍ୟେକ ଜିଲ୍ଲାରେ ନିୟୋଜିତ ହେବେ କେନ୍ଦ୍ରୀୟ ଫୋର୍ସ, ପଞ୍ଚାୟତ ନିର୍ବାଚନ ନେଇ ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା 

ପଶ୍ଚିମବଙ୍ଗର ପ୍ରତ୍ୟେକ ଜିଲ୍ଲାରେ ନିୟୋଜିତ ହେବେ କେନ୍ଦ୍ରୀୟ ଫୋର୍ସ, ପଞ୍ଚାୟତ ନିର୍ବାଚନ ନେଇ ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା 

କନକ ବ୍ୟୁରୋ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ନେଇ ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ମିଳିଛି । କୋର୍ଟ କୋଲକାତା ହାଇକୋର୍ଟର ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଏହା ସହ କୋର୍ଟ ରାଜ୍ୟ ସରକାରଙ୍କ ଉପରେ ଶକ୍ତ ଟିପ୍ପଣୀ କରିଛନ୍ତି ।

ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ ନାଗରତ୍ନା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟର ନିର୍ଦ୍ଦେଶ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ କରିବାରେ ଅନେକ ସାହାର୍ଯ୍ୟ କରିବ । ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଏହା ସ୍ପଷ୍ଟ କରୁଛି ଯେ କେଉଁଭଳି ସମ୍ବେଦନଶୀଳ ସ୍ଥାନରେ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ନିର୍ବାଚନ କରାଯାଇପାରିବ ।

କୋଲକାତା ହାଇକୋର୍ଟ ୪୮ ଘଣ୍ଟା ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ କେନ୍ଦ୍ରୀୟ ସୁରକ୍ଷା ବଳକୁ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟକୁ ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe