କନକ ବ୍ୟୁରୋ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ନେଇ ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ମିଳିଛି । କୋର୍ଟ କୋଲକାତା ହାଇକୋର୍ଟର ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଏହା ସହ କୋର୍ଟ ରାଜ୍ୟ ସରକାରଙ୍କ ଉପରେ ଶକ୍ତ ଟିପ୍ପଣୀ କରିଛନ୍ତି ।

Advertisment

ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ ନାଗରତ୍ନା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟର ନିର୍ଦ୍ଦେଶ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ କରିବାରେ ଅନେକ ସାହାର୍ଯ୍ୟ କରିବ । ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଏହା ସ୍ପଷ୍ଟ କରୁଛି ଯେ କେଉଁଭଳି ସମ୍ବେଦନଶୀଳ ସ୍ଥାନରେ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ନିର୍ବାଚନ କରାଯାଇପାରିବ ।

କୋଲକାତା ହାଇକୋର୍ଟ ୪୮ ଘଣ୍ଟା ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ କେନ୍ଦ୍ରୀୟ ସୁରକ୍ଷା ବଳକୁ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟକୁ ଯାଇଥିଲେ ।