ଓଡିଶା ଉପକୂଳରେ 'ଅମ୍ଫାନ'ର ବିତ୍ପାତ ! ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପବନ ସହ ଜାରି ରହିଛି ବର୍ଷା: ଦିନ ୧୨ଟାରୁ ୨ଟା ଯାଏଁ ରହିବ ସାମୁଦ୍ରିକ ଝଡର ସବୁଠୁ ବେଶି ପ୍ରଭାବ

Advertisment
ଓଡିଶା ଉପକୂଳରେ 'ଅମ୍ଫାନ'ର ବିତ୍ପାତ ! ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପବନ ସହ ଜାରି ରହିଛି ବର୍ଷା: ଦିନ ୧୨ଟାରୁ ୨ଟା ଯାଏଁ ରହିବ ସାମୁଦ୍ରିକ ଝଡର ସବୁଠୁ ବେଶି ପ୍ରଭାବ

କନକ ବ୍ୟୁରୋ: ଯେଉଁ ରାସ୍ତାରେ ଗତବର୍ଷ ବୁଲ୍ ବୁଲ୍ ଯାଇଥିଲା, ପାଖାପାଖି ସେହି ରାସ୍ତାରେ ତା’ଠାରୁ ଅଧିକ ଉଗ୍ର ରୂପ ଧରି ବାତ୍ୟା ଅମ୍ଫାନ୍ ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବ। ଓଡ଼ିଶା ସୀମା ଅତିକ୍ରମ କରିବା ବେଳେ ଗୋଟିଏ କି ଦୁଇଟି ନୁହେଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ ବିତ୍ପାତ ରଚାଇପାରେ। ଘଣ୍ଟାକୁ ୧୦୦ ବା ୧୧୦ କିଲୋମିଟର ବେଗରେ ପବନ ବହିବ। ସ୍ଥଳବିଶେଷରେ ତୀବ୍ରତା ବଢ଼ି ୧୮୫ କିଲୋମିଟର ବେଗରେ ଗୁରାଣ୍ଡି ଦେଇପାରେ ଓଡ଼ିଶାର ଉତ୍ତର ଉପକୂଳ ସଂଲଗ୍ନ ଅଞ୍ଚଳକୁ। ଅପରାହ୍ନ ୪ଟା ବେଳକୁ ଏହା ଦୀଘା ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅର୍ଥାତ୍ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ସେତେବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଥିବ ଓ ୧୮୫ କିଲୋମିଟର ବେଗରେ ଧକ୍କା ଦେବ।

ଓଡ଼ିଶାରେ ମଧ୍ୟାହ୍ନ ୧୨ଟାରୁ ୨ଟା ଯାଏ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ, ଯଦିଓ ରିପୋର୍ଟ ଲେଖା ହେବା ବେଳକୁ ବାତ୍ୟା ଅମ୍ଫାନ୍ ତାର ଉପସ୍ଥିତି ସଂପର୍କରେ ଏବେଠାରୁ ଆଭାସ ଦେଇସାରିଲାଣି। ଗଞ୍ଜାମ ଠାରୁ ଆରମ୍ଭ କରି ପୁରୀ, ଭଦ୍ରକ ଯାଏ ପବନର ଗତି ଧୀରେ ଧୀରେ ବଢିବା ଆରମ୍ଭ କରିଛି, ବର୍ଷା ବି। ଗୋପାଳପୁରରେ ଜୁଆର ଉଠିଲାଣି।

ଆଜି ସକାଳୁ ସକାଳୁ ଭୁବନେଶ୍ୱର ସମେତ ଉତ୍ତର ଉପକୂଳବର୍ତୀ ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ପୁରୀ, ଖୋର୍ଧା, କଟକ, ଯାଜପୁରରେ ବର୍ଷା ସହିତ ପବନର ବେଗ ୫୫ରୁ ୬୫ କିଲୋମିଟର ରୁ ଅଧିକ ବଢିପାରେ । ହେଲେ ସ୍ଥଳବିଶେଷରେ ୭୫କିଲୋମିଟର ବେଗରେ ଧକ୍କା ଦେବ। ତେବେ ଉତ୍ତର ଓଡ଼ିଶା ସଂଲଗ୍ନ ଜିଲ୍ଲାରେ ପବନର ବେଗ ୧୨୦ କିଲୋମିଟର ପର୍ୟ୍ୟନ୍ତ ଛୁଇଁପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe