ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଜାରିକରିବ ସଙ୍କଳ୍ପପତ୍ର। ମମତା ସରକାର ଉପରେ ଚାପ ବୃଦ୍ଧି ପାଇଁ ଆନ୍ଦୋଳନ ଆହ୍ୱାନ।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଜାରିକରିବ ସଙ୍କଳ୍ପପତ୍ର। ମମତା ସରକାର ଉପରେ ଚାପ ବୃଦ୍ଧି ପାଇଁ ଆନ୍ଦୋଳନ ଆହ୍ୱାନ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଆମାଗୀ ବର୍ଷ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ବେଙ୍ଗଲ ବିଜେପି ପଞ୍ଚାୟତ ନିର୍ବାଚନ ପୂର୍ବରୁ ୧୨ ସୁତ୍ରୀ ସଙ୍କଳ୍ପ ପତ୍ର ଜାରି କରିବ । ସେପଟେ ମମତା ବନାର୍ଜୀ ସରକାର ଉପରେ ଚାପ ବଢାଇବା ପାଇଁ ଲଗାତର ଆନ୍ଦୋଳନ ଜାରିରଖିଛି ଦଳ । ନଭେମ୍ବର ୨୧ରେ କୋଲକାତାରେ ଭାଜପା ମହିଳା ମୋର୍ଚ୍ଚା ଜୁଲୁସ ବାହାର କରିବା ପାଇଁ ଘୋଷଣ କରିଛି । ଏହି ଜୁଲୁସରେ ଭାଜପାର ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଏବଂ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସମ୍ବୋଧନ କରିବେ ।

ବିଜେପି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ନିଜର ଘୋଷଣାପତ୍ର ଜାରି କରିବା ପାଇଁ ଯାଉଛି । ଦଳର ଅଭିଯୋଗ ରହିଛି ଯେ ପ୍ରଦେଶରେ ପଞ୍ଚାୟତରେ ଜୋରଦାର ଢଙ୍ଗରେ ଦୁର୍ନୀତି ଜାରିରହିଛି । ତେଣୁ ଆଗାମୀ ଦିନରେ ପାରଦର୍ଶୀ ପଞ୍ଚାୟତ କରିବା ପାଇଁ ଦଳ ପ୍ରଚେଷ୍ଟା କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe