କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଆମାଗୀ ବର୍ଷ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ବେଙ୍ଗଲ ବିଜେପି ପଞ୍ଚାୟତ ନିର୍ବାଚନ ପୂର୍ବରୁ ୧୨ ସୁତ୍ରୀ ସଙ୍କଳ୍ପ ପତ୍ର ଜାରି କରିବ । ସେପଟେ ମମତା ବନାର୍ଜୀ ସରକାର ଉପରେ ଚାପ ବଢାଇବା ପାଇଁ ଲଗାତର ଆନ୍ଦୋଳନ ଜାରିରଖିଛି ଦଳ । ନଭେମ୍ବର ୨୧ରେ କୋଲକାତାରେ ଭାଜପା ମହିଳା ମୋର୍ଚ୍ଚା ଜୁଲୁସ ବାହାର କରିବା ପାଇଁ ଘୋଷଣ କରିଛି । ଏହି ଜୁଲୁସରେ ଭାଜପାର ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଏବଂ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସମ୍ବୋଧନ କରିବେ ।
ବିଜେପି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ନିଜର ଘୋଷଣାପତ୍ର ଜାରି କରିବା ପାଇଁ ଯାଉଛି । ଦଳର ଅଭିଯୋଗ ରହିଛି ଯେ ପ୍ରଦେଶରେ ପଞ୍ଚାୟତରେ ଜୋରଦାର ଢଙ୍ଗରେ ଦୁର୍ନୀତି ଜାରିରହିଛି । ତେଣୁ ଆଗାମୀ ଦିନରେ ପାରଦର୍ଶୀ ପଞ୍ଚାୟତ କରିବା ପାଇଁ ଦଳ ପ୍ରଚେଷ୍ଟା କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/hdhdhd-1.jpg)