କନକ ବ୍ୟୁରୋ : ପଶ୍ଚିମବଙ୍ଗର ପରିବଶେ ଓ ଜଙ୍ଗଲମନ୍ତ୍ରୀ ଜ୍ୟୋତିପ୍ରୀୟ ମଲ୍ଲିକ ଏବେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି । ଏହି କ୍ରମରେ ତାଙ୍କୁ ଗିରଫ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମନ୍ତ୍ରୀଙ୍କର ପୂର୍ବତନ ବ୍ୟକ୍ତିଗତ ସହାୟକ ଅମିତ୍ ଡେଙ୍କୁ ନୋଟିସ କରିଥିଲେ । ତାଙ୍କୁ ଜେରା କରିବା ବେଳେ ବହୁତଗୁଡିଏ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ପୂର୍ବ ବ୍ୟକ୍ତିଗତ ସହାୟକଙ୍କ ସୂଚନାକୁ ନେଇ ଇଡି କହିଛି କି, ମନ୍ତ୍ରୀ ଜ୍ୟୋତିପ୍ରୀୟ ଦୁର୍ନୀତି ଟଙ୍କାରେ ସିନେମା ନିର୍ମାଣ କରୁଥିଲେ । ଏବେ ଇଡି ମନ୍ତ୍ରୀ ଜ୍ୟୋତିପ୍ରୀୟ ଓ ତାଙ୍କ ପରିବାରର ସମ୍ପତ୍ତି ଜବତ କରିବାକୁ ପ୍ରସ୍ତୁତ ହେଉଛି ।

Advertisment

ସୂତ୍ର ସୂଚନା ମୁତାବକ ଇଡିକୁ ଏକ ଡାଏରୀ ମିଳିଛି । ଏବେ ସେହି ଡାଏରୀକୁ ନେଇ ଯାଂଚ ଆରମ୍ଭ ହୋଇଛି । ଏହି ଡାଏରୀରେ ଦୁର୍ନୀତି ସହିତ ଜଡିତ ଅନେକ ତଥ୍ୟ ରହିଛି । ସୂତ୍ର ସୂଚନା ମୁତାବକ ୨୦୧୪ ମସିହାରେ ଜ୍ୟୋତିପ୍ରୀୟଙ୍କ ନିକଟତମ ବ୍ୟବସାୟୀ ବାକିବୁର ରେହମାନ ଏକ ବଙ୍ଗଳା ସିନେମା ନିର୍ମାଣ କରିଥିଲେ । ଏଥିରେ ରାଜ୍ୟର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ମହିଳା ବନ୍ଧୁ ଅର୍ପିତା ମୁଖୋପାଧ୍ୟାୟ ଅଭିନୟ କରିଥିଲେ । ଶିକ୍ଷକ ନିଯୁକ୍ତି ମାମଲାରେ ଉଭୟ ପାର୍ଥ ଓ ଅର୍ପିତା ଏବେ ଜେଲରେ ଅଛନ୍ତି ।