ମହାମହିମଙ୍କୁ ନେଇ ଆପତିଜନକ ମନ୍ତବ୍ୟ ଦେଲେ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଲ ଗିରି। ସାରା ଦେଶରେ ବିରୋଧ, ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ପ୍ରତିବାଦ।

ମହାମହିମଙ୍କୁ ନେଇ ଆପତିଜନକ ମନ୍ତବ୍ୟ ଦେଲେ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଲ ଗିରି। ସାରା ଦେଶରେ ବିରୋଧ, ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ପ୍ରତିବାଦ।

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ପଶ୍ଚିମବଙ୍ଗର କ୍ୟାନିନେଟ୍ ମନ୍ତ୍ରୀଙ୍କ ବିବାଦୀୟ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ଦେଶରେ ଝଡ ସୃଷ୍ଟି ହୋଇଛି । ମହାମହିମଙ୍କ ସମ୍ପର୍କରେ ମମତାଙ୍କ ମନ୍ତ୍ରୀଙ୍କ ଏଭଳି ବୟାନକୁ କେହି ସହଜରେ ଗ୍ରହଣ କର ପାରିନାହାନ୍ତି । କୋଲକାତାରୁ ଭୁବନେଶ୍ୱର ସବୁଠି ଦେଖିବାକୁ ମିଳିଛି ପ୍ରତିବାଦ ।ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପ୍ରତିବାଦ । ମମତା ବାନାର୍ଜୀ ଓ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ କରିଛନ୍ତି ବିଜେପି କର୍ମୀ । କୁଶପୁତଳିକା ମଧ୍ୟ ଦାହ କରିଛନ୍ତି । ମମତା ବାନାର୍ଜୀ ସର୍ବସମ୍ମୁଖରେ କ୍ଷମାମାଗନ୍ତୁ ଓ ରାଷ୍ଟ୍ରପତିଙ୍କ ସମ୍ପର୍କରେ ଆପତିଜନକ ଟିପଣୀ ଦେଇଥିବା ମନ୍ତ୍ରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିଜେପି ନେତା ଓ କର୍ମୀ । ମନ୍ତ୍ରୀ ଅଖିଲ ଗିରିଙ୍କ ବିରୋଧରେ ନନ୍ଦିଗ୍ରାମ ଥାନାରେ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି । ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶର ପ୍ରଥମ ନାଗରିକଙ୍କୁ ନେଇ ଆପତିଜନକ ଟିପଣୀ ଦେଇଥିବା ମମତାଙ୍କ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା । କହିଛନ୍ତି, ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିଥିବା ଜଣେ ଆଦିବାସୀ ମହିଳାଙ୍କ ସମ୍ପର୍କରେ ଏଭଳି ଟିପ୍ପଣୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆଘାତ ଦେଇଛି । ଏଭଳି ଟିପ୍ପଣୀ ଦେଇ ଗିରି ଦେଶର ରାଜନୀତିକୁ ପ୍ରଦୂଷିତ କରିଛନ୍ତି ।

ବିବାଦ ବଢ଼ୁଥିବାବେଳେ ସଫେଇ ରଖିଛନ୍ତି ଅଖିଲ ଗିରି । କହିଛନ୍ତି, ସେ ରାଷ୍ଟ୍ରପତିଙ୍କ ଆସନକୁ ସମ୍ମାନ ଦିଅନ୍ତି । ତାଙ୍କ କଥା ଯଦି ରାଷ୍ଟ୍ରପତିଙ୍କୁ ଆଘାତ ଦେଇଥାଏ, ସେଥିପାଇଁ ସେ ଅନୁତପ୍ତ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ଅଖିଲ ଗିରି ଏକ ଜନସଭାକୁ ସମ୍ବୋଧିତ କରିବାବେଳେ ରାଷ୍ଟ୍ରପତିଙ୍କ ରୂପ ଓ ରଂଗକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ । କଟାକ୍ଷ କରି କହିଥିଲେ, ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ କରୁଛୁ, କିନ୍ତୁ ରାଷ୍ଟ୍ରପତି ଦେଖିବାକୁ କେମିତିକା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଟିଏମସି ଏବଂ ମମତା ବାନାର୍ଜୀଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe