ପଶ୍ଚିମବଙ୍ଗ ଭୋଟ୍ ଯୁଦ୍ଧର ଟ୍ରେଲର୍ ସମ୍ପୁର୍ଣ୍ଣ ଦେଶ ଦେଖିସାରିଛି । ଆଜି ଅନ୍ତିମ ପ୍ରହାର ହେବାକୁ ଯାଉଥିବା ବେଳେ ବଙ୍ଗଳାରେ ୯ ଟି ସିଟରେ ଆଜି ରାତି ୧୦ ଟା ଠାରୁ ନିର୍ବାଚନ ପ୍ରଚାର ଶେଷ ହେବାକୁ ଯାଉଛି । ତେବେ ନିର୍ବାଚନ କମିଶନଙ୍କ ଆକଟ ପରେ ମମତା ବାନାର୍ଜୀ ନିଜ ରଣନୀତିକୁ ବଦଳାଇବାର ଦେଖାଯାଇଛି । ଶୁକ୍ରବାରକୁ ହେବାକୁ ଯାଉଥିବା ରାଲିକୁ ଗୁରୁବାର ଅର୍ଥାତ୍ ଆଜି ହିଁ ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜି ମଥୁରାପୁର ଏବଂ ଡାଇମଣ୍ଡ ହାର୍ବରରୁ ମମତା ରାଲି ପାଇଁ ବାହାରିବେ । ଏହାପରେ କୋଲକାତାର ଜୋକା ଏବଂ ସୁକାନ୍ତା ସେତୁରେ ପଦଯାତ୍ର୍ରା କରିବେ ।
ଦିଦିଙ୍କ ଗଡ଼ରେ ମୋଦିଙ୍କ ୨ ଟି ରାଲି :
ଦିଦି ନିଜ ଆକ୍ରମଣ ଅନ୍ଦାଜରେ ବିଜେପିକୁ ଘେରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଜି ଦିଦିଙ୍କ ଗଡ଼ରେ ଅନ୍ତିମ ପ୍ରହାର କରିବେ । ଆଜି ବଙ୍ଗଳାର ମଥୁରାପୁରରେ ମୋଦି ରାଲି କରିବେ । ଏହାପରେ ସନ୍ଧ୍ୟାରେ ଜନସଭା ହେବ । ବଙ୍ଗଳାରେ ବିଜେପି ପୂର୍ବରୁ ୨୩ ପ୍ଲସ୍ ର ଟାର୍ଗେଟ୍ ରଖିଛନ୍ତି ।
ପ୍ରତିଶୋଧ ନେବା ପାଇଁ ମମତା ଦେଲେ ଚେତାବନୀ :
ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ରୋଡ୍ ଶୋ’ ରେ ହୋଇଥିôବା ହିଂସାରେ ବଙ୍ଗଳାରେ ଲଢେଇକୁ ଆହୁରି ଭୀଷଣ କରିଦିଆଗଲା । ମମତା ପ୍ରଧାନମନ୍ତ୍ରୀ ମୋଦି ଏବଂ ଶାହଙ୍କୁ ଗୁଣ୍ଡା କହିବାର ସାହସ ମଧ୍ୟ କରିଥିଲେ ଏବଂ ଇଞ୍ଚ୍ ଇଞ୍ଚ୍ ର ପ୍ରତିଶୋଧ ନେବାପାଇଁ ଚେତାବନୀ ଦେଇଥିଲେ । ଏହାସହ ଦିଲ୍ଲୀରେ ୧ ମିନିଟରେ ବିଜେପି ଅଫିସ୍ କୁ କବଜା କରିବା ପାଇଁ ମଧ୍ୟ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/mamata-banerji-kolkata-dharna-1.jpg)
/kanak/media/post_attachments/wp-content/uploads/2019/05/modi_varanasi_759-300x167.jpg)
/kanak/media/post_attachments/wp-content/uploads/2019/05/mamta-modi-23_5-2-300x187.jpg)