ପଶ୍ଚିମବଙ୍ଗରେ କିଏ ଗଢିବ ସରକାର ? ମମତାଙ୍କୁ ଲାଗିବ କି ଝଟକା ? ଆଗରେ ରହିଛି ବିଜେପି

569

କନକ ବ୍ୟୁରୋ: ଖୁବ ଶିଘ୍ର ପଶ୍ଚିମବଙ୍ଗରେ ଶେଷ ହେବାକୁ ଯାଉଛି ଭୋଟ ଗଣତି । କାହା ମୁଣ୍ଡରେ ହାତି ସୁନା କଳସ ଢାଳିବ, କାହା ହାତକୁ ଯିବ କ୍ଷମତାର ଡୋରି ତାହା ସ୍ପଷ୍ଟ ହୋଇଯିବ । ବର୍ତମାନ ସୁଦ୍ଧା ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗରେ ବିଜେପି ଆଗରେ ରହିଥିଲେ ବି ମୋଦି ଏବଂ ଦିଦିଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଲିଛି ।

ପଶ୍ଚିମବଙ୍ଗରେ ନିଜର କାୟା ବିସ୍ତାର କରିବା ପାଇଁ ବିଜେପି ଭରପୁର ଉଦ୍ୟମ କରୁଥିବା ବେଳେ ନିଜର କ୍ଷମତା ବଜାୟ ରଖିବା ପାଇଁ ମମତା ବାନାର୍ଜୀ ପ୍ରୟାସ ଜାରି ରଖିଛନ୍ତି । ଏକଜିଟ ପୋଲ ଅନୁଯାୟୀ, ପଶ୍ଚିନବଙ୍ଗରେ ୪୨ ଲୋକସଭା ଆସନରୁ ବିଜେପି ୧୯ ରୁ ୨୩ ଆସନରେ ଜିତ୍ ହାସଲ କରୁଥିବା ବେଳେ ତ୍ରୁଣମୂଳ କଂଗ୍ରେସକୁ ୧୯ ରୁ ୨୨ ଆସନରେ ସନ୍ତୁଷ୍ଟ ହେବାକୁ ପଡିବ । ସେହିଭଳି କଂଗ୍ରେସକୁ କେବଳ ଗୋଟିଏ ଆସନ ମିଳିବ ବୋଲି ଏକଜିଟ ପୋଲରେ ଆକଳନ କରାଯାଇଥିଲା । ତେବେ ଦେଖିବା ବାକି ରହିଲା ପଶ୍ଚିମ ବଙ୍ଗରେ କାହାର ପଲା ରହିବ ଭାରି ।