କନକ ବ୍ୟୁରୋ: ଦେଶରେ ସପ୍ତମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଂଗର ବସିରହଟରୁ ଆସିଛି ଉତ୍ତେଜନାର ଖବର । ବସିରହଟ୍ ଅଂଚଳରେ ଥିବା ୧୮୯ ନଂବର ବୁଥରେ ଟିଏମସି କର୍ମୀ ବିଜେପି ସମର୍ଥକଙ୍କୁ ମାଡ ମାରିବା ପରେ ଉତେଜନା ଦେଖାଦେଇଛି ।
ଭୋଟ୍ ଦେବାକୁ ଯିବା ବେଳେ କିଛି ବିଜେପି ସମର୍ଥକଙ୍କୁ ବାଟରେ ଟିଏମସି ସମର୍ଥକ ଅଟକାଇ ମାଡମାରିବା ସହ ଧମକ ଦେଇ ଭୋଟ୍ ଦେବାକୁ ଯିବାକୁ ଦେଇନଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେପି ସମର୍ଥକ । ପ୍ରତିବାଦରେ ରାସ୍ତା ଉପରେ ବସି ସେମାନେ ଧାରଣା ଦେଇଛନ୍ତି । ପୋଲିସରେ ଅଭିଯୋଗ କଲେ ମଧ୍ୟ ପୋଲିସ ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି ।
ସେପଟେ ଉତରପ୍ରଦେଶର ଚାନ୍ଦୋଲିରେ ଦେଖିବାକୁ ମିଳିଛି ଉତ୍ତେଜନା । ସପ୍ତମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଚାନ୍ଦୋଲି ଅଂଚଳର ପ୍ରହରାଜପୁର ପୋଲିଂ ବୁଥ ନିକଟରେ ବିଜେପି ଓ ସମାଜବାଦୀ ପାର୍ଟି ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଏହାର ଭିଡିଓ ଏବେ ଭାଇରାଲ ହୋଇଛି ।
Follow Us
/kanak/media/post_attachments/wp-content/uploads/2019/05/4-1-300x167.jpg)