କନକ ବ୍ୟୁରୋ: ପୂର୍ବୋତ୍ତରରେ ତୃଣମୂଳ କଂଗ୍ରେସରେ ଆଶାଠାରୁ କମ ପ୍ରଦର୍ଶନ ପରେ ଦଳ ଭାଜପା ଏବଂ କଂଗ୍ରେସ ଠାରୁ ସମାନ ଦୂରତା ରକ୍ଷା କରିବା ସହ ନୂଆ ରଣନୀତି କରୁଛି । ଦୁଇ ଦଳଙ୍କ ବିରୋଧରେ ଆଞ୍ଚଳିକ ଦଳଙ୍କର ଗୋଟିଏ ସମୂହ ନିର୍ମାଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିବାକୁ ଯାଉଛି । ତ୍ରିପୁରା ବିଧାନସଭା ନିର୍ବାଚନରେ ନୋଟାଠାରୁ ମଧ୍ୟ କମ ଭୋଟ ଟିଏମସିକୁ ମିଳିଛି । ସେହିଭଳି ମେଘାଳୟରେ ଦଳର ସଂଖ୍ୟା ୧୧ରୁ ଖସି ୫ରେ ପହଞ୍ଚିଛି । ତେଣୁ ବିଜେପି ଏବଂ କଂଗ୍ରେସ ବିରୋଧରେ ଆଞ୍ଚଳିକ ଦଳଙ୍କୁ ଏକଜୁଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ।
ଟିଏମସି ନେତା କହିଛନ୍ତି, ରାଷ୍ଟ୍ରୀୟସ୍ତରରେ ଆମର ରଣନୀତି ବିଜେପି ଓ କଂଗ୍ରେସ ଠାରୁ ସମାନ ଦୂରତା ରଖିବା । ଆମେ ଚାହୁଁଛୁ ଅନ୍ୟ ବିରୋଧୀ ଦଳ ଯେଉଁମାନେ ଭାଜପା ସହ ଲଢେଇ କରିବାକୁ ଚାହୁଁଛନ୍ତି ଆଉ କଂଗ୍ରେସକୁ ବିରୋଧ କରନ୍ତି ସେମାନେ ଏକାଠି ଆସିପାରିବେ । ସମସ୍ତେ ଏକଜୁଟ ହୋଇ ବିରୋଧୀ ମୋର୍ଚ୍ଚା ଭାବେ କାମ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/Capture-7455.jpg)