DNA India
ସମ୍ପ୍ରତି ଆଦିଲପୁରର ଜିଲ୍ଲା ମାଜିଷ୍ଟ୍ରେଟ୍ ଥିବା ବେଙ୍ଗଲ୍ କ୍ୟାଡରର ଆଇଏଏସ ଅଫିସର ନିଖିଳ ନିର୍ମଳ ଜଣେ ଯୁବକଙ୍କୁ ନିର୍ଦ୍ଦୟ ଭାବେ ମାରୁଥିବା ଦୃଶ୍ୟର ଭିଡିଓ ରବିବାର ସନ୍ଧ୍ୟାରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖା ଯାଉଛି ନିର୍ମଳ ଏବଂ ତାଙ୍କ ପତ୍ନୀ ଫଲକତା ଥାନାରେ ଭାରପ୍ରାପ୍ତ ଇନସପେକ୍ଟର୍ ସୌମ୍ୟଜିତ ରାୟଙ୍କ ଉପସ୍ଥିତିରେ ଜଣେ ସ୍ଥାନୀୟ ଯୁବକଙ୍କୁ ମାରଧର କରୁଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ଯୁବକ ଜଣକ ନିର୍ମଳଙ୍କ ପତ୍ନୀଙ୍କ ଫେସବୁକ୍ ପ୍ରୋଫାଇଲରେ କିଛି ଅଶ୍ଳୀଳ କମେଣ୍ଟ୍ କରିଥିଲେ। ତୁରନ୍ତ ତାଙ୍କୁ ଥାନାକୁ ଡକାଯାଇଥିଲା ଏବଂ ଦୁହେଁ ତାଙ୍କୁ ଖୁବ୍ ମାରିଥିଲେ।
ଭିଡିଓରେ ନିର୍ମଳ କହୁଥିବା ଶୁଣାଯାଉଛି: ମୋ ଜିଲ୍ଲାରେ ମୋ ବିରୋଧରେ ତୋତେ କିଛି କରାଇ ଦେବି ନାହିଁ। ତୋ ଘରେ ପଶି ତତେ ହତ୍ୟା କରିବି। ସ୍ୱାମୀ ସ୍ତ୍ରୀ ଜଣକ ପରେ ଜଣେ ତାଙ୍କୁ ମାଡ଼ ଦେଇଥିଲେ। ଭିଡିଓରେ ନିର୍ମଳଙ୍କ ପତ୍ନୀ ପଚାରୁଛନ୍ତି, କାହା କଥାରେ ତୁ ଏମିତି କମେଣ୍ଟ୍ କରିଛୁ ? ଯୁବକଟି ଦୟା କରନ୍ତୁ ବୋଲି ନେହୁରା ହେଉଥିଲେ ବି ଦୁହେଁ ସେମାନଙ୍କୁ ପିଟି ଚାଲିଛନ୍ତି। ମାଡ଼ ଦେବା ଯାଏଁ ଯୁବକଙ୍କ ନାମରେ କୌଣସି ବିଧିବଦ୍ଧ ଅଭିଯୋଗ ମାଜିଷ୍ଟ୍ରେଟ୍ କିଂବା ତାଙ୍କ ପତ୍ନୀ କରି ନ ଥିଲେ। ନିର୍ମଳ ୨୦୧୧ ବ୍ୟାଚର ବେଙ୍ଗଲ୍ କ୍ୟାଡରର ଆଇଏସ୍ ଅଫିସର ଓ ତାଙ୍କ ଘର କେରଳରେ।
Follow Us