ଏହି ରାଜ୍ୟରେ ବ୍ୟାନ୍ ହେଲା ଗୁଟଖା-ତମ୍ବାକୁ । ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

246

କନକ ବ୍ୟୁରୋ : ପଶ୍ଚିମ ବଙ୍ଗରେ ବ୍ୟାନ ହେଲା ଗୁଟଖା । ପ୍ରାୟ ଏକ ବର୍ଷ ଯାଏଁଂ ଗୁଟଖା ବିକ୍ରି ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିସ୍ପତ୍ତି ନିଆଯାଇଥିବା ଜାରି ହୋଇଥିବା ଅଧିସୂଚନାରେ କୁହାଯାଇଛି ।
ଗତ ଏକ ବର୍ଷ ପୂର୍ବରୁ ବର୍ଷେ ପାଇଁ ଗୁଟଖା ଉପରେ କଟକଣା ଲଗାଇଥିଲେ ପଶ୍ଚିମବଙ୍ଗ ସରକାର । ସେହି ଅବଧି ପୁରିବାକୁ ଆଉ କିଛି ଦିନ ବାକି ଥିବା ବେଳେ ପୁଣି ଆଉଥରେ ନିୟମକୁ ଲାଗୁ କରିଛନ୍ତି ମମତା ସରକାର । ରାଜ୍ୟରେ ଗୁଟଖା ବ୍ୟାନ୍ ହେବାର କାରଣ, ଗୁଟଖା ଏବଂ ତମ୍ବାକୁରେ ଅଧିକ ପରିମାଣରେ ନିକୋଟିନ୍ ରହୁଛି । ଯାହା ଶରୀର ପାଇଁ ବେସ୍ ହାନିକାରକ । ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିସ୍ପତ୍ତି ସରକାର ନେଇଛନ୍ତି । ଯଦି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମକୁ କୌଣସି ବ୍ୟକ୍ତି ଉଲଂଘନ କରନ୍ତି । ତାହେଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବା ବୋଲି ସ୍ପଷ୍ଟ କରିଦିଆଯାଇଛି । ତେବେ ଆମେ ଏଠାରେ କହିରଖୁଛୁ କି, ଏହି ନିୟମ ଆସନ୍ତା ନଭେମ୍ବର ମାସ ୭ତାରିଖରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ ।