ମୋଦିଙ୍କ ପିଏମ୍ କିଷାନ ଯୋଜନାକୁ ମାତ ଦେବ ଦିଦିଙ୍କ କୃଷକ ବନ୍ଧୁ ଯୋଜନା । ରାଜ୍ୟର କୃଷକଙ୍କୁ ବର୍ଷକୁ ମିଳିବ ୧୦ ହଜାର ଟଙ୍କା ।

576

କନକ ବ୍ୟୁରୋ : ପଶ୍ଚିମବଙ୍ଗର କୃଷକମାନଙ୍କ ପାଇଁ ଭଲ ଖବର ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟର କୃଷକ ମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ   ।

ଦିଦି କୃଷକ ବନ୍ଧୁ ଯୋଜନା ମାଧ୍ୟମରେ ଏହି ଅର୍ଥ ରାଜ୍ୟର କୃଷକ ମାନଙ୍କୁ ପ୍ରଦାନ କରିବେ । ଗୁରୁବାର ଦିନ ରାଜ୍ୟ ସଚିବାଳୟ ନବାନ୍ନ ଠାରେ ମମତାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି ।  ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ କୃଷକ ବନ୍ଧୁ ଯୋଜନା ମାଧ୍ୟମରେ ରାଜ୍ୟରେ କୃଷକ ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହାସହ ୧ ଏକରରୁ କମ୍ ଜମିଥିବା କୃଷକ ମାନଙ୍କୁ ୨ ହଜାର ବଦଳରେ ୪ ହଜାର ଟଙ୍କା ମିଳିବ ।

କହିରଖୁ କି ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ କୃଷକ ମାନଙ୍କୁ କଥା ଦେଇଥିଲେ କି ସେମାନଙ୍କୁ ମିଳୁଥିବା ସହାୟତା ରାଶି ନିର୍ବାଚନ ପରେ ବୃଦ୍ଧି କରାଯିବ । ଯାହା ଉପରେ ଏବେ ମଞ୍ଜୁରୀ ପ୍ରଦାନ କରିଛନ୍ତି ମମତା ବାନାର୍ଜୀ ।

ସୂଚନା ଥାଉକି ନିର୍ବାଚନ ବେଳେ ବିଜେପି ଅଭିଯୋଗ କରିଥିଲା କି ମମତା ବାନାର୍ଜୀ ରାଜ୍ୟରେ କୃଷକ ମାନଙ୍କୁ କେନ୍ଦ୍ର ସରକାର ଦେଉଥିବା ସହାୟତା ରାଶି ଅଟକାଇ ରଖିଛନ୍ତି । ଏହାକୁ ନେଇ ରାଜନୀତି ବି ବେସ୍ ସରଗରମ ହୋଇଥିଲା । ଏବେ ରାଜ୍ୟର ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହ ରାଜ୍ୟ ସରକାରଙ୍କ କିଷାନ ବନ୍ଧୁ ଯୋଜନାର ଲାଭ ଉଠାଇ ପାରିବେ ।