କନକ ବ୍ୟୁରୋ : ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କୁ ନେଇ ବିଭିନ୍ନ ଜିଲ୍ଲା ବିପଦରେ ଥିବା ସନ୍ଦେହ କରାଯାଉଥିବା ବେଳେ ଜଗତସିଂହପୁରକୁ ୧୫୬ ଜଣ ଫେରିଛନ୍ତି । ତେବେ ସେମାନଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କହିଛନ୍ତି, ପରୀକ୍ଷା ପାଇଁ ଯାଇଥିବା ୧୫୬ ନମୁନାରୁ ୧୦୦ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ଏହା ସହିତ ରାଜ୍ୟ ବାହାରୁ ଫେରିବାକୁ ଥିବା ୮ଶହ ଲୋକ ପଞ୍ଜିକରଣ କରିଛନ୍ତି । ପ୍ରାୟ ୭ ହଜାର ଲୋକ ଫେରିବେ ବୋଲି ଆକଳନ କରିଛି ଜିଲ୍ଲା ପ୍ରଶାସନ ।

Advertisment

ଜିଲ୍ଲାରେ ୫୩୭ ନମୁନା ପରୀକ୍ଷା ହୋଇଛି । ସେଥିରୁ ୫୧୧ ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି । ବର୍ତମାନ ଜଗତସିଂହପୁର ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି । ପାରଦୀପ ଭଳି ବନ୍ଦର ନଗରୀ ଥାଇ ବି ଜଣେ ହେଲେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାଁନ୍ତି । ପ୍ରତ୍ୟକ ଶିଳ୍ପାଂଚଳରେ ଥର୍ମାଲ ସ୍କାନର ଲଗାଯିବା ସହ ସାମାଜିକ ଦୂରତାକୁ ପାଳନ କରାଯାଉଛି ।