ଯାହାକୁ ରଖିବେ ଅନନ୍ତ ! ଅକାତକାତ ସମୁଦ୍ର ଗର୍ଭରେ ୫ ଦିନ ରହିବା ପରେ ଜୀବିତ ଅବସ୍ଥାରେ ଫେରିଆସିଲା ମତ୍ସ୍ୟଜୀବୀ , ଗାଁ ଠାରୁ ୬୦୦ କି.ମି. ଦୂରରୁ କରାଗଲା ଉଦ୍ଧାର

352

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନାର ଜଣେ ମତ୍ସ୍ୟଜୀବୀ ଅକାତକାତ ସମୁଦ୍ର ଗର୍ଭରେ ୫ ଦିନ ରହିବା ପରେ ଜୀବିତ ଫେରିଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରବିନ୍ଦ୍ରନାଥ ଦାସ ନାମକ ଏହି ମତ୍ସ୍ୟଜୀବୀ ଜୁଆର ଭଟ୍ଟାର ଲହଡି ମଧ୍ୟରେ ଭୋକ ଉପାସରେ ଅଶାନ୍ତ ସମୁଦ୍ର ସହ ଲଢେଇ ଜାରି ରଖି ୫ ଦିନରେ ଜୀବିତ ଅବସ୍ଥାରେ କୂଳକୁ ଆସିଥିଲେ । କିନ୍ତୁ ଅନବରତ ସନ୍ତରଣ କରିବା ଯୋଗୁଁ ସେ ଦୁର୍ବଳ ହୋଇଯାଇଛନ୍ତି ।

କାକଦ୍ୱୀପରୁ ୬୦୦ କି.ମି. ଦୂର ଚଟଗାଁଓ ଗ୍ରାମରେ ପହଁଚିଗଲେ ମତ୍ସ୍ୟଜୀବୀ :

ମାଛ ଧରିବାକୁ ଯାଇ ତାଙ୍କ ଡଙ୍ଗା ଓଲଟି ଯାଇଥିଲା । ଘଟଣାର ୫ ଦିନ ପରେ ତାଙ୍କୁ ବାଙ୍ଗଲାଦେଶର ଚଟଗାଁଓ ତଟରୁ ଉଦ୍ଧାର କରାଗଲା । ଯାହା ଦକ୍ଷିଣ ବଙ୍ଗଳାର କାକଦ୍ୱୀପ ଠାରୁ ୬୦୦ କି.ମି. ଦୂରରେ ଅବସ୍ଥିତ । ଗୁରୁବାର ୧୦୦ ଜଣ ମତ୍ସ୍ୟଜୀବୀଙ୍କ ସହ ରବିନ୍ଦ୍ରନାଥ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ସମୁଦ୍ର ଅଶାନ୍ତ ଥିବା ସତ୍ତେ୍ୱ ଏହାକୁ ଅଣଦେଖା କରିବାରୁ ଡଙ୍ଗା ବୁଡି ଯାଇଥିଲା ଏବଂ ସବୁ ମତ୍ସ୍ୟଜୀବୀ ବଙ୍ଗାଲର ଖାଡିରେ ବହିଯାଇ ବାଙ୍ଗଲାଦେଶ ସମୁଦ୍ର ସୀମା ଭିତରକୁ ଚାଲି ଯାଇଥିଲେ । ଏହି ଘଟଣାରେ ୧୩୦୦ ଜଣ ମତ୍ସ୍ୟଜୀବୀ ସମୁଦ୍ରର ପ୍ରଖର ସ୍ରୋତରେ ବହିଯାଇଥିଲେ । ତେବେ ୨୫ ଜଣ ମତ୍ସ୍ୟଜୀବୀ ଏବଂ ୨ ଟି ଡଙ୍ଗା ବିଷୟରେ କୌଣସି ସୂଚନା ନ ମିଳିଥିଲେ ହେଁ ଅନ୍ୟ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଏହି ୨୫ ଜଣଙ୍କ ମଧ୍ୟରୁ ରବିନ୍ଦ୍ରନାଥଙ୍କୁ ବୁଧବାର ସକାଳ ୧୦.୩୦ ସମୟରେ ଚଟଗାଁଓ ତଟରେ ଲୋକମାନେ ସନ୍ତରଣ କରୁଥିବା ଦେଖିଥିଲେ ।

Comments are closed.