ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନାର ଜଣେ ମତ୍ସ୍ୟଜୀବୀ ଅକାତକାତ ସମୁଦ୍ର ଗର୍ଭରେ ୫ ଦିନ ରହିବା ପରେ ଜୀବିତ ଫେରିଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରବିନ୍ଦ୍ରନାଥ ଦାସ ନାମକ ଏହି ମତ୍ସ୍ୟଜୀବୀ ଜୁଆର ଭଟ୍ଟାର ଲହଡି ମଧ୍ୟରେ ଭୋକ ଉପାସରେ ଅଶାନ୍ତ ସମୁଦ୍ର ସହ ଲଢେଇ ଜାରି ରଖି ୫ ଦିନରେ ଜୀବିତ ଅବସ୍ଥାରେ କୂଳକୁ ଆସିଥିଲେ । କିନ୍ତୁ ଅନବରତ ସନ୍ତରଣ କରିବା ଯୋଗୁଁ ସେ ଦୁର୍ବଳ ହୋଇଯାଇଛନ୍ତି ।
କାକଦ୍ୱୀପରୁ ୬୦୦ କି.ମି. ଦୂର ଚଟଗାଁଓ ଗ୍ରାମରେ ପହଁଚିଗଲେ ମତ୍ସ୍ୟଜୀବୀ :
ମାଛ ଧରିବାକୁ ଯାଇ ତାଙ୍କ ଡଙ୍ଗା ଓଲଟି ଯାଇଥିଲା । ଘଟଣାର ୫ ଦିନ ପରେ ତାଙ୍କୁ ବାଙ୍ଗଲାଦେଶର ଚଟଗାଁଓ ତଟରୁ ଉଦ୍ଧାର କରାଗଲା । ଯାହା ଦକ୍ଷିଣ ବଙ୍ଗଳାର କାକଦ୍ୱୀପ ଠାରୁ ୬୦୦ କି.ମି. ଦୂରରେ ଅବସ୍ଥିତ । ଗୁରୁବାର ୧୦୦ ଜଣ ମତ୍ସ୍ୟଜୀବୀଙ୍କ ସହ ରବିନ୍ଦ୍ରନାଥ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ସମୁଦ୍ର ଅଶାନ୍ତ ଥିବା ସତ୍ତେ୍ୱ ଏହାକୁ ଅଣଦେଖା କରିବାରୁ ଡଙ୍ଗା ବୁଡି ଯାଇଥିଲା ଏବଂ ସବୁ ମତ୍ସ୍ୟଜୀବୀ ବଙ୍ଗାଲର ଖାଡିରେ ବହିଯାଇ ବାଙ୍ଗଲାଦେଶ ସମୁଦ୍ର ସୀମା ଭିତରକୁ ଚାଲି ଯାଇଥିଲେ । ଏହି ଘଟଣାରେ ୧୩୦୦ ଜଣ ମତ୍ସ୍ୟଜୀବୀ ସମୁଦ୍ରର ପ୍ରଖର ସ୍ରୋତରେ ବହିଯାଇଥିଲେ । ତେବେ ୨୫ ଜଣ ମତ୍ସ୍ୟଜୀବୀ ଏବଂ ୨ ଟି ଡଙ୍ଗା ବିଷୟରେ କୌଣସି ସୂଚନା ନ ମିଳିଥିଲେ ହେଁ ଅନ୍ୟ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଏହି ୨୫ ଜଣଙ୍କ ମଧ୍ୟରୁ ରବିନ୍ଦ୍ରନାଥଙ୍କୁ ବୁଧବାର ସକାଳ ୧୦.୩୦ ସମୟରେ ଚଟଗାଁଓ ତଟରେ ଲୋକମାନେ ସନ୍ତରଣ କରୁଥିବା ଦେଖିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/49a4ff00-31c1-4590-8b48-53234e06e6e4_16x9_788x442.jpg)
/kanak/media/post_attachments/wp-content/uploads/2019/07/Maa-1-300x202.jpg)