ଏକ୍ସିଟ୍ ପୋଲ୍ ୨୦୧୯ : ପଶ୍ଚିମବଙ୍ଗରେ ବିଜେପିର ପାହ୍ୟା ଉପରେ ! ଲାଭରେ ରହିଛି ବିଜେପି ।

251

ପଶ୍ଚିମବଙ୍ଗରେ ଚଳିତଥର ଶାସନର ସିଂହାସନରେ ବସିବା ପାଇଁ କଡା ଟକ୍କର ଚାଲିଛି । ଏଠାରେ ୭ ଟି ଚରଣରେ ମତଦାନ ହୋଇଥିବା ବେଳେ ସବୁ ଚରଣରେ ହିଂସା ଏବଂ ମାରପିଟ୍ ଦେଖିବାକୁ ମିଳିଥିଲା । ନିର୍ବାଚନ କମିଶନ୍ ଙ୍କୁ ଏଠାରେ ବଡ ସଂଖ୍ୟାରେ କେନ୍ଦ୍ର ସୁରକ୍ଷାବଳଙ୍କୁ ସୁରକ୍ଷା ପାଇଁ ରଖାଗଲା । ପ୍ରଚାର ସମୟରେ ଟିଏମସି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା । ଦୁଇ ପାର୍ଟି ପରସ୍ପରକୁ ଏଥିପାଇଁ ଦାୟୀ କହିଥିଲେ । କଲିକତାରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ରୋଡ୍ ଶୋ ସମୟରେ ହିଂସା ଚରମସୀମାରେ ପହଂଚିଥିଲା ।

ବିଜେପି-ଟିଏମସିର ହିଂସାରେ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତି ଭାଙ୍ଗି ଦିଆଗଲା । ମାମଲା ଏତେ ଗମ୍ଭୀର ହେଲା ଯେ ନିର୍ବାଚନ ଆୟୋଗଙ୍କୁ ପ୍ରଥମ ଥର ପ୍ରଚାରର ସମୟକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇବାକୁ ପଡିଥିଲା । ଏଥିପାଇଁ ଖୁବ୍ ବିବାଦ ହେବା ସହ ଟିଏମସି ସହ ବିପକ୍ଷ ଦଳ ମଧ୍ୟ ଅଭିଯୋଗ ଲଗାଇଥିଲେ ନିର୍ବାଚନ ଆୟୋଗ ବିଜେପି , ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ୍ ଶାହଙ୍କ କଥାରେ ଚାଲୁଛନ୍ତି ।

ଭିନ୍ନ ଭିନ୍ନ ଗଣମାଧ୍ୟମରେ ପଶ୍ଚିମବଙ୍ଗର ଏକ୍ସିଟ୍ ପୋଲ୍ :

ଟାଇମ୍ସ ନାଓ : ବିଜେପି ସହଯୋଗୀ ୧୧ ସିଟ୍ , କଂଗ୍ରେସ ୨ ଏବଂ ଟିଏମସି ୨୮ ଅନୁମାନ ।

ଏବିପି : ବିଜେପି ୧୬ ,କଂଗ୍ରେସ ୨ ଏବଂ ଟିଏମସି ୨୪ ମିଳିବା ଅନୁମାନ ।

ରିପବ୍ଲିକ୍ ଭାରତ : ବିଜେପି ୧୮-୨୬ , କଂଗ୍ରେସ ୦୩ ଏବଂ ଟିଏମସି ୧୩-୨୧ ସିଟ୍ ମିଳିବା ଅନୁମାନ ।

ନ୍ୟୁଜ୍ ୧୮ : ଏକ୍ସିଟ୍ ପୋଲ୍ ରେ ବିଜେପି ୩-୫ ,କଂଗ୍ରେସ ୦-୧,ଟିଏମସି ୩୬-୩୮ ସିଟ୍ ମିଳିବା ଅନୁମାନ ।