କନକ ବ୍ୟୁରୋ : ଗୋଟିଏ ଫ୍ରେମରେ ମୋଦି ଏବଂ ମମତା । ଦୀର୍ଘଦିନ ହେଲା ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ଆସୁଥିବା ତ୍ରୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଟିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ୨ ମୋଦିଙ୍କୁ ବିରୋଧ କରିଆସୁଥିବା ମମତା ମୋଦିଙ୍କ ସହ ସାକ୍ଷାତ୍ କରି ଆଲୋଚନା କରିଛନ୍ତି । ବୈଠକରେ ମୋଦିଙ୍କୁ ସିଏଏ ଏବଂ ଏନଆରସିକୁ ନେଇ ପ୍ରଶ୍ନ କରିବା ସହ ଏହାକୁ ବିରୋଧ କରିବା କଥା ସ୍ପଷ୍ଟ କରିଛନ୍ତି ମମତା ବାନାର୍ଜୀ । ଉତରରେ ମୋଦି କହିଛନ୍ତି, ସେ ଏକ ଭିନ୍ନ ପ୍ରସଙ୍ଗ ନେଇ ପଶ୍ଚିମବଙ୍ଗ ଆସିଛନ୍ତି । ସିଏଏ ଓ ଏନ୍ଆରସି ଉପରେ ଆଲୋଚନା କରିବାକୁ ହେଲେ ଦିଲ୍ଲୀ ଯାଇ ତାଙ୍କୁ ଭେଟିବାକୁ ହେବ ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ମମତା ବାନାର୍ଜୀ କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ତାଙ୍କର ସାମ୍ବିଧାନିକ କର୍ତବ୍ୟ । ଏବଂ ଶିିଷ୍ଠାଚାର ଦୃଷ୍ଟିରୁ ଏହି ବୈଠକ ଥିଲା ବୋଲି ମମତା କହିଛନ୍ତି । ସେପଟେ ମୋଦିଙ୍କୁ ଭେଟିବାର କିଛି ସମୟ ପରେ ପୁଣି ଆରମ୍ଭ ହୋଇଯାଇଛି ବିରୋଧ । ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ପୁଣି ଆନ୍ଦୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିରୋଧ ପ୍ରଦର୍ଶନ ଭିତରେ ସାରା ଦେଶରେ ଲାଗୁ ହୋଇଛି ନାଗରିକ ସଂଶୋଧନ ଆଇନ-୨୦୧୯ । ସରକାର ଏଥିପାଇଁ ଗେଜେଟ୍ ନୋଟିଫିକେସନ ମଧ୍ୟ ଜାରି କରିଛନ୍ତି ଏବଂ ଏହି ଆଇନ ସାରା ଦେଶରେ ଲାଗୁ ହୋଇଛି । ତେବେ ପୁଣି ଆନ୍ଦୋଳନକୁ ତୀବ୍ର କରିଛନ୍ତି ମମତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/minister-minister-meeting-narendra-bengal-mamata-banerjee_7134386a-34ba-11ea-84d3-ff42d0551712.jpg)