ବସି ରହିି ଜାତୀୟ ସଙ୍ଗୀତ ଗାଇଲେ, ଅଧାରୁ ଛାଡିଦେଲେ । ମମତାଙ୍କ ବିରୋଧରେ ମାମଲା ଦାଏର ।

343

କନକ ବ୍ୟୁରୋ: ୩ ଦିନିଆ ମହାରାଷ୍ଟ୍ର ଗସ୍ତରେ ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁମ୍ବାଇରେ ଏକ ସମ୍ମିଳନୀରେ ଯୋଗ ଦେଇଥିଲେ । ହେଲେ ସେଠାରେ ଏପରି କାମ କଲେ ଯାହାକୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା । ଏହାକୁ ନେଇ ଖପ୍ପା ହୋଇଛି ବିଜେପି ଆଉ ଦାଏର କରିଛି ମାମଲା ।

୩ ଦିନିଆ ମହାରାଷ୍ଟ୍ର ଗସ୍ତ ସମୟରେ ମୁମ୍ବାଇରେ ଆୟୋଜିତ ହୋଇଥିଲା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଓ ଶିବସେନାର ନେତାଙ୍କ ଏକ ମିଳିତ ସଭା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମମତାଙ୍କ କାରନାମା କିନ୍ତୁ ଦେଶବାସୀଙ୍କୁ ଆହତ କରିଛି । କାରଣ ସଭାରେ ବସି ରହି ଜାତୀୟ ସଙ୍ଗୀତ ଗାଇଲେ ମମତା । ଖାଲି ସେତିକି ନୁହେଁ ଜାତୀୟ ସଙ୍ଗୀତକୁ ସମ୍ପୂର୍ଣ୍ଣ ନଗାଇ ଅଧାରୁ ଛାଡିଦେଲେ । ଏବଂ ସଭା ସମାପ୍ତ କରିଥିଲେ ।

ଏହି ଘଟଣାକୁ ନେଇ କ୍ଷୁବ୍ଧ ହୋଇଛି ପଶ୍ଚିମବଙ୍ଗ ବିଜେପି ୟୁନିଟ । ଜଣେ ମୁଖ୍ୟମନ୍ତ୍ରୀ ଭାବେ ମମତା ରାଜ୍ୟର ସଂସ୍କୃତି, ଓ ରାଷ୍ଟ୍ରିୟ ପରମ୍ପରାକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ଅଭିଯୋଗ କରି ତାଙ୍କ ବିରୋଧରେ ମାମଲା ଦାଏର କରିଛି ବିଜେପିି । ଖାଲି ଏତିକି ନୁହେଁ, ଏପରି କରି ମମତା ଜାତୀୟ ସଙ୍ଗୀତର ରଚୟିତା ଗୁରୁଦେବ ରବୀନ୍ଦ୍ରନାଥ ଟ୍ୟାଗୋରଙ୍କର ମଧ୍ୟ ଅପମାନିତ କରିଛନ୍ତି ବୋଲି ରାଜ୍ୟ ବିଜେପି କ୍ଷୋଭ ପ୍ରକାଶ କରିଛି ।