କନକ ବ୍ୟୁରୋ: ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଜରୁରୀକାଳିନ ଅବତରଣ କରିଛି । ଖରାପ ମୌସୁମୀ ଯୋଗୁଁ ହେଲିକପ୍ଟରକୁ ଏମରଜେନ୍ସି ଲାଣ୍ଡିଂ କରିବାକୁ ପଡିଛି । ମମତା ବାନାର୍ଜୀ ଜଲପାଇଗୁଡିରୁ ବାଗଡୋଗରା ଯାଉଥିଲେ । ଏହାରି ମଧ୍ୟରେ ସାଲୁଗାଡା ନିକଟ ଆର୍ମି ଏୟାରବେସରେ ହେଲିକପ୍ଟର ଜରୁରୀକାଳିନ ଅବତରଣ କରିଥିଲା । ଆଉ ଏହି ସମୟରେ ଝଟକା ଲାଗିବା କାରଣରୁ ମମତା ବାନାର୍ଜୀ ଆହତ ହୋଇଥିଲେ । ତାଙ୍କ ପିଠି ଓ ଆଣ୍ଠୁରେ ଆଘାତ ଲାଗିଛି । ଏୟାରପୋର୍ଟରୁ ଓହ୍ଲାଇବା ପରେ ମମତା ବାନାର୍ଜୀଙ୍କୁ କୋଲକାତାର ଏକ ହସ୍ପିଟାଲ ନିଆଯାଇଛି ।