କନକ ବ୍ୟୁରୋ: ଡିସେମ୍ବର କିମ୍ବା ଜାନୁଆରୀରେ ହୋଇପାରେ ଆଗାମୀ ସାଧାରଣ ନିର୍ବାଚନ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା କହିଛନ୍ତି । ସୋମବାର ତୃଣମୂଳ ଯୁବ କଂଗ୍ରେସକୁ ଉଦବୋଧନ ଦେଉଥିଲେ ଟିଏମସି ସୁପ୍ରିମୋ । ଏହି ସମୟରେ ସେ କହିଛନ୍ତି, କେନ୍ଦ୍ରର ବିଜେପି ଉପରେ ତାଙ୍କର ସନ୍ଦେହ ରହିଛି । ଆଗାମୀ ନିର୍ବାଚନ ଡିସେମ୍ବର କିମ୍ବା ଜାନୁଆରୀରେ କରି ଦେଇପାରନ୍ତି । ହେଲିକପ୍ଟର ଗୁଡିକ ଆଗୁଆ ବୁକିଂ ସରିଛି । ଏହା ବିଜେପି ଦ୍ୱାରା ହୋଇଛି । ତେଣୁ ଆଗାମୀ ଦିନରେ ଯେପରି ଅନ୍ୟମାନେ ଠିକ୍ ଭାବେ ପ୍ରଚାର କରିପାରିବେନି ତାକୁ ନଜରରେ ରଖି ହେଲିକପ୍ଟର ଗୁଡିକୁ ବିଜେପି ଆଗୁଆ ବୁକିଂ କରିଛି । ଟିଏମସି ସୁପ୍ରିମୋଙ୍କ ଏହି ବୟାନ ପରେ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି । ଏପରିକି ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଗିରଫ କରାଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିର୍ବାଚନ ପୂର୍ବରୁ ଗିରଫ କରିବା ନେଇ ସେ ସନ୍ଦେହ କରିଛନ୍ତି । ଯଦି ବିଜେପି ତୃତୀୟ ଥର ପାଇଁ କ୍ଷମତାକୁ ଫେରିବ ତାହେଲେ ଦେଶରେ ଏକଛତ୍ରବାଦ ଶାସନ ହେବ ବୋଲି ଦିଦି କହିଛନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ ଦାବି। ଡିସେମ୍ବର କିମ୍ବା ଜାନୁଆରୀରେ ଆଗୁଆ ନିର୍ବାଚନ ନେଇ କଲେ ଆଶଙ୍କା ପ୍ରକାଶ
/kanak/media/post_attachments/wp-content/uploads/2023/08/8-18.jpg)