କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାରେ ଶିକାର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ବର୍ଦ୍ଧମାନରୁ କୋଲକାତା ଫେରୁଥିôବା ବେଳେ ତାଙ୍କ ଗାଡି ଦୁର୍ଘଟଣାରେ ଶିକାର ହୋଇଛି । କୁହୁଡି କାରଣରୁ ଚାଳକ ହଠାତ୍ ବ୍ରେକ୍ ମାରିବାରୁ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଛି । କୁହାଯାଉଛି କି, ମମତାଙ୍କ ଗାଡି ସାମ୍ନାକୁ ହଠାତ ଅନ୍ୟ ଏକ ଗାଡଇ ଆସିଯିବାରୁ ଚାଳକ ବ୍ରେକ୍ ମାରିଥିଲେ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ଦ୍ଧମାନର ଏକ ସାବଜନୀକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ପ୍ରଥମେ ସେ ହେଲିକପ୍ଟରରେ ଫେରିବେ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ପାଗ ଖରାପ କାରଣରୁ ତାଙ୍କୁ କାରରେ ଆସିବାକୁ ପଡିଥିଲା । ହେଲେ ଫେରିବା ବେଳେ ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/Untitled-1-37.jpg)