କନକ ବ୍ୟୁରୋ : ଆଗକୁ ରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ଏନଡିଏ ପ୍ରାର୍ଥୀ ବିରୋଧରେ ମେଳି କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଅଂଟା ଭିଡିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଆଉ ଜୁନ୍ ୧୫ରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ଏକ ବୈଠକରେ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ନିର୍ବାଚନ କମିସନଙ୍କ ଘୋଷଣା ଅନୁଯାୟୀ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଭୋଟ ଗଣତିର ଆବଶ୍ୟକତା ଥିଲେ ଜୁଲାଇ ୨୧ରେ ତାହା ଗଣତି ହେବ ।

-ନବୀନଙ୍କ ବ୍ୟତୀତ ବିଭିନ୍ନ ବିରୋଧୀ ଦଳଗୁଡ଼ିକର ନେତା ତଥା ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଯୋଗାଯୋଗରେ ଅଛନ୍ତି
-ବୈଠକରେ ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଆଲୋଚନା ହେବ
- ନବୀନଙ୍କ ବ୍ୟତୀତ ସୋନିଆ ଗାନ୍ଧି, ଶରଦ ପାୱାର, ଅରବିନ୍ଦ କେଜ୍ରିୱାଲ, ଉଦ୍ଧବ ଠାକରେ, କେସିଆର ଓ ଅନ୍ୟାନ୍ୟ ନେତାଙ୍କୁ ଯୋଗ ଦେବାକୁ ଚିଠି ।
-ବିଦେଶ ଗସ୍ତ ପୂର୍ବରୁ ଦିଲ୍ଲୀରେ ବସିବାକୁ ଥିବା ଏହି ବୈଠକରେ ନବୀନ ସାମିଲ ହେବେ କି ନାହିଁ ସ୍ପଷ୍ଟ ହୋଇନି ।
-ମମତା ଏପରି ବୈଠକ କରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟିଏ ମଜବୁତ ବିରୋଧୀ ମଂଚ ଗଢିବାକୁ ପ୍ରୟାସ କରୁଛନ୍ତି
- ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏପରି ଏକ ମଂଚ ଗଢିବାକୁ ପ୍ରୟାସ ହୋଇଥିଲା
- ବିଭିନ୍ନ ସମୟରେ ମୋଦୀ ବିରୋଧୀ ମେଳିରେ ସାମିଲ ହେବାକୁ ନବୀନଙ୍କୁ ଆମନ୍ତ୍ରଣ ଆସିଛି ।
- ନବୀନ ଏଯାବତ ନିଜର କାର୍ଡ ନଖୋଲି ସମୟ ଆସିଲେ ଚିନ୍ତା କରାଯିବ ବୋଲି କହିଛନ୍ତି
- ନିକଟରେ ନବୀନ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ
- ଏହି ସମୟରେ ରାଷ୍ଟ୍ରପତି ନିର୍ବାଚନ ବାବଦରେ ଆଲୋଚନା ହୋଇଥିବା ସୂଚନା
- ରାଷ୍ଟ୍ରପତି ନିର୍ବାଚନ ପାଇଁ ଯେଉଁ ୧.୨ ପ୍ରତିଶତ ଭୋଟ୍ ଆବଶ୍ୟକ ରହିଛି
- ସେଥିପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ବିଜେଡି ଏବଂ ଆନ୍ଧ୍ରର ୱାଇଏସଆର କଂଗ୍ରେସ ଉପରେ ଆଖି ରଖିଛି
- ସମଦୂରତାର ନାରା ଦେଉଥିବା ନବୀନ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବାର ନଜିର ରହିଛି
- ଚଳିତଥର ରାଜନୈତିକ ସମୀକରଣ ପୂର୍ବ ଭଳି ନାହିଁ
- ଦେଶରେ କଂଗ୍ରେସ ପୂର୍ବ ଭଳି ସକ୍ରିୟ ନଥିବା ବେଳେ ଏବେ ଅନ୍ୟାନ୍ୟ ଆଂଚଳିକ ଦଳ ସକ୍ରିୟ ହୋଇଛନ୍ତି
- ନବୀନ ମମତାଙ୍କ ଚିଠି ଉପରେ କି ପଦକ୍ଷେପ ନେଉଛନ୍ତି ତାହା ସମୟ କହିବ