ଦୁର୍ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସ୍ଥିତି ଅନୁଧ୍ୟାନ କରିବେ ମମତା

660

କନକ ବ୍ୟୁରୋ : ବାଲେଶ୍ୱର ବାହାନଗାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମମତା ବାନାର୍ଜୀ । ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ମମତା ।

ଗୋଟିଏ ଟ୍ରେନ୍ ପଶ୍ଚିମବଙ୍ଗରୁ ଆସୁଥିଲା ଆଉ ଏକ ଟ୍ରେନ୍ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । ତେଣୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଅଧିକାଂଶ ପଶ୍ଚିମବଙ୍ଗ ଯାତ୍ରୀ ରହିଛନ୍ତି । ଯାହାକୁ ନେଇ ତତ୍ପରତା ଦେଖାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମୃତାହତଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଯାତ୍ରୀ ଥାଇପାରନ୍ତି । ତେଣୁ ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବାହାନଗା ହାଇସ୍କୁଲ ନିକଟରେ ହୋଇଥିବା ହେଲିପ୍ୟାଡରେ ଓହ୍ଲାଇ ସିଧାସଳଖ ଘଟଣାସ୍ଥଳକୁ ଯାଇଛନ୍ତି ମମତା ।