ପଶ୍ଚିମବଙ୍ଗରେ ତିନିଦିନ ଭିତରେ ଦ୍ୱିତୀୟଥର ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ! ମମତା ବାନାର୍ଜୀଙ୍କ ଟିଏମସି ଉପରେ ଲାଗିଲା ଅଭିଯୋଗ ।

752

ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ତିନିଦିନ ଭିତରେ ଦ୍ୱିତୀୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି । ରାଜ୍ୟର ଉତ୍ତର ଚୋବିସ୍ ପରଗନାର କାକିନାରାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟାର ଆରୋପ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ ଉପରେ ଲଗାଯାଇଛି । ଏହା ପୂର୍ବରୁ ମଇ ୨୪ ତାରିଖରେ ନାଦିୟାରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା ।

୨୪ ପରଗନାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପ୍ରଦର୍ଶନ :

୨୪ ପରଗନା ଜିଲ୍ଲାରେ ଯେଉଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ସେ କେବଳ ୨୫ ବର୍ଷର ଜଣେ ଯୁବକ । ତେବେ ହତ୍ୟାର ଦୋଷ ତୃଣମୂଳ କଂଗ୍ରେସ ନେତାଙ୍କ ଉପରେ ଲଗାଯାଇଛି । କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପରେ ୨୪ ପରଗନାରେ ବିଜେପି କାର୍ଯ୍ୟକର୍ତ୍ତା ପ୍ରଦର୍ଶନ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି । ଏହା ପୂର୍ବରୁ ୨୪ ତାରିଖରେ ଆଉ ଜଣେ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା କରାଯାଇଥିଲା ଏଥିପାଇଁ ମଧ୍ୟ ବିଏମସିକୁ ଦୋଷୀ କୁହାଯାଇଛି ।

ପଶ୍ଚିମବଙ୍ଗରୁ ଲଗାତାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟାର ମାମଲା ସାମ୍ନାକୁ ଆସୁଛି :

ଆପଣଙ୍କୁ କହିରଖୁଛୁ ପଶ୍ଚିମବଙ୍ଗରେ ଗତ କିଛି ବର୍ଷ ଧରି ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟାର ମାମଲା ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନ ଫଳାଫଳ ପରେ ମଇ ୨୩ ସନ୍ଧ୍ୟାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାରପିଟ୍ କରିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ସୁଚନାନୁସାରେ ଲୋକସଭା ନିର୍ବାଚନରେ ବମ୍ପର ଜିତ୍ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଦିଲ୍ଲୀ ବିଜେପି ମୁଖ୍ୟାଳୟକୁ ସମ୍ବୋଧିତ କରୁଥିବା ବେଳେ ପଶ୍ଚିମବଙ୍ଗ ଏବଂ କେରଳରେ ମୃତ୍ୟୁବରଣ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ ବିଜୟ ସମର୍ପିତ କରିଥିଲେ ।