କନକ ବ୍ୟୁରୋ : ସରଗରମ ପଶ୍ଚିମବଙ୍ଗ ରାଜନୀତି । ଯେଉଁ ନେତା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ, ଏବେ ସେମାନେ ପୁଣି ଘର ବାହୁଡ଼ିବାକୁ ଚିନ୍ତା କରୁଥିବା କଥା ଚର୍ଚ୍ଚା ହେଉଛି । ଏହାରି ଭିତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ମେ’ରେ ଫଳାଫଳ ଆସିବା ପର ଠାରୁ ଚୁପ୍ ଅଛନ୍ତି, ଏପରିକି ଶୁଣିବାକୁ ମିଳୁଛି ଯେ, ମୁକୁଲ ୟୁ-ଟର୍ଣ୍ଣ ନେଇପାରନ୍ତି ଓ ଟିଏମସିକୁ ଫେରିପାରନ୍ତି ।
ରୋଚକ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପି ଛାଡି ଘରବାହୁଡିବାକୁ ପୁଣି ମନବଳେଇଲେଣି ଟିଏମସି ଛାଡିଥିବା ନେତା ।
/kanak/media/post_attachments/wp-content/uploads/2021/06/politics.png)