କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଜେପିକୁ ପୁଣି ଏକ ଝଟକା ଲାଗିଛି । ରାଜ୍ୟର କାଲିୟାଗଞ୍ଜ ବିଧାନସଭାରୁ ବିଜେପି ଟିକେଟରେ ବିଧାୟକ ହୋଇଥିବା ସୌମେନ ରାୟ ଟିଏମସିରେ ଯୋଗ ଦେଇଛନ୍ତି । ଶନିବାର ଦିନ କୋଲକତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ସୌମେନ ଟିିଏମସିରେ ଯୋଗ ଦେଇଛନ୍ତି ।
ସୌମେନ ରାୟ ଟିଏମସିରେ ଯୋଗଦେବା ଅବସରରେ କହିଛନ୍ତି କି, କିଛି ପରିସ୍ଥିତିକୁ ନେଇ ସେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ ବି ତାଙ୍କ ଆତ୍ମା ଟିଏମସି ପାଖରେ ଅଛି । ସେ ମମତା ବାନାର୍ଜୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଟିଏମସିକୁ ମଜବୁତ କରିବାକୁ ପୁଣିଥରେ ଦଳରେ ସାମିଲ ହୋଇଥିବା କଥା କହିଛନ୍ତି । ଏହାସହ ସେ ଟିଏମସି ଛାଡିଥିବାରୁ ମମତାଙ୍କୁ କ୍ଷମା ପ୍ରାଥନା କରିଛନ୍ତି ।
I had to contest from Kaliaganj on the BJP ticket due to some circumstances. But my soul and heart belong to TMC. I joined the party again to support CM Mamata Banerjee's efforts. I am apologetic to party for the time I was not here: BJP MLA Soumen Roy after joining TMC pic.twitter.com/5l3C2ALzYQ
— ANI (@ANI) September 4, 2021
କହିରଖୁ କି ଏହା ପୂର୍ବରୁ ବି ମଙ୍ଗଳବାର ଦିନ ବିଜେପି ବିଧାୟକ ବିଶ୍ୱଜିତ ଦାସ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ । ତାହା ପୂର୍ବରୁ ବିଷ୍ଣୁପୁର ବିଜେପି ବିଧାୟକ ତନ୍ମୟ ଘୋଷ ବି ଦଳ ଛାଡି ଟିଏମସିରେ ଯୋଗ ଦେଇଥିଲେ ।