କନକ ବ୍ୟୁରୋ: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ । ପଶ୍ଚିମବଙ୍ଗ ପୁଲିସ ଆଜି ହଳଦିଆରୁ ଦୁଇଟି ଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଗୋଟିଏ ସେମି ଅଟୋମେଟିକ୍ ଅସ୍ତ୍ରଶସ୍ତ୍ର ସହିତ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିଛି। ଏହି ଦୁଇ ସହଯୋଗୀମାନେ ହେଲେ ଅରମାନ ଭୋଳୋ ଏବଂ ଅରୁଣାଭା କୁଇଟି । ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ସାତୋଟି ଅଫୁଟା ଗୁଳି ମଧ୍ୟ ଜବତ କରିଛି।

Advertisment

ଅନ୍ୟପକ୍ଷରେ ରାଜ୍ୟସଭାରେ ବିଜେପି ନେତା ତଥା ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ମତଦାନ ପରେ ହୋଇଥିବା ହିଂସାକୁ ନେଇ ଦଳର ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ଏହାପୂର୍ବରୁ ସେ ସୂଚନା ଦେଇଥିଲେ ଯେ ଦଳର ବିଧାୟକଙ୍କ ଏକ ପ୍ରତିନିଧି ଦଳ ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ।

ଟୁଇଟରରେ ସେ ଲେଖିଥିଲେ ଯେ, ବିଜେପି ବିଧାୟକଙ୍କ ଏକ ବଡ ପ୍ରତିନିଧୀ ଦଳ ଆଜି ମାନ୍ୟବର ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟି ବଙ୍ଗଳାରେ ଘଟୁଥିବା ଅନେକ ଅନୁପଯୁକ୍ତ ଘଟଣା ସମ୍ପର୍କରେ ଅବଗତ କରାଇବେ ଏବଂ କୋଲକାତାର ରାଜ ଭବନରେ ଏନେଇ ଆଲୋଚନା ହେବ । ଅଧିକାରୀ ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ରାଜ୍ୟପାଳଙ୍କୁ ଭେଟିବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ପରର ହିଂସା ବିଷୟରେ ଅବଗତ କରାଇଥିଲେ ।