‘ମ୍ୟାଡମ୍ ଆପଣଙ୍କୁ ସ୍ୱାମୀଙ୍କୁ ହତ୍ୟା କରିଯିବ’ । ମମତାଙ୍କ ମୂଖ୍ୟ ପରାମର୍ଶ ଦାତାଙ୍କ ସ୍ତ୍ରୀଙ୍କ ନିକଟକୁ ଆସିଲା ହତ୍ୟା ଧମକର ଚିଠି  ।

256

କନକ ବ୍ୟୁରୋ : ପଶ୍ଚିମବଙ୍ଗର ପୂର୍ବତ୍ତନ ମୁଖ୍ୟ ସଚିବଙ୍କ ସ୍ତ୍ରୀଙ୍କ ପାଖକୁ ଆସିଲା ହତ୍ୟା ଧମକର ଚିଠି । ଚିଠିରେ ଲେଖାଯାଇଛି ପୂର୍ବତ୍ତନ ପ୍ରଶାସନିକ ଅଧିକାରୀ ଅଲପନ ବନ୍ଦୋପାଧାୟକୁ ହତ୍ୟା କରାଯିବାର କଥା । ହତ୍ୟା ଧମକ ଆସିବା ପରେ କୋଲକତା ପୋଲିସ ଏକ ମାମଲା ରୁଜୁ କରି ସଂଦିଗ୍ଧକୁ ଖୋଜିବାରେ ଲାଗିପଡିଛି ।

ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଗତ ୧୦ ତାରିଖରେ ଏହି ଧମକପୂର୍ଣ୍ଣ ଚିଠି ସ୍ପିଡ୍ ପୋଷ୍ଟ ଜରିଆରେ ପଠାଯାଇଥିଲା । ଯାହା ଗତ ୨୬ ତାରିଖରେ ବନ୍ଦୋପାଧାୟଙ୍କ ସ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲା । ସବୁଠୁ ବଡ କଥା ହେଉଛି ଅନ୍ୟ କୌଣସି ବ୍ୟକ୍ତିଙ୍କ ନାଁ ଏବଂ ଠିକଣା ଦିଆଯାଇ ଚିଠିକୁ ପଠାଯାଇଛି ।

ବନ୍ଦୋପାଧାୟଙ୍କ ସ୍ତ୍ରୀଙ୍କ ନିକଟକୁ ଆସିଥିବା ଏହି ଚିଠିରେ ଉଲ୍ଲେଖ ରହିଛି, ‘ମ୍ୟାଡମ୍ ଆପଣଙ୍କ ସ୍ୱାମୀଙ୍କୁ ହତ୍ୟା କରାଯିବ । ଆଉ ଏହାକୁ କେହିବି ରୋକି ପାରିବେନାହିଁ ।

ତେବେ ଏଠାରେ କହିରଖୁକି, କରୋନା କାଳରେ, ଯେତେବେଳେ କୋଲକତାରେ ହାହାକାର ମଚିଥିଲା ସେତେବେଲେ ଅଲପନ ବନ୍ଦୋପାଧାୟ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ବଡ ଭୂମୀକା ଗ୍ରହଣ କରିଥିଲେ । ଏବେ ଅଲପନ ବନ୍ଦୋପାଧାୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ମୂଖ୍ୟ ପରାମର୍ଶ ଦାତା ଭାବେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ତାଙ୍କୁ ହତ୍ୟା କରିବାର ଧମକ କିଏ ଏବଂ କେଉଁ ଉଦେଶ୍ୟରେ ପଠାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ