କନକ ବ୍ୟୁରୋ: ସେସୁ, ସାଉଥକୋ ପରେ ଏବେ ବିଜୁଳି ଗ୍ରାହକଙ୍କୁ ୱେସ୍କୋର ଚରମବାଣୀ । ଆସନ୍ତା ୧୮ ତାରିଖ ସୁଦ୍ଧା ବକେୟା ବିଜୁଳି ବିଲ୍ ପଇଠ ନକଲେ କାଟି ଦିଆଯିବ ବିଜୁଳି ସଂଯୋଗ । ଏପରି ନିଷ୍ପତି ନେଇ ୱେସ୍କୋ । ଏନେଇ ୱେସ୍କୋ ଅଧିକାରୀ ସାଂବାଦିକ ସମ୍ମିଳନୀ କରି ଜଣାଇ ଦିଆଯାଇଛି । ସୂଚନା ଅନୁସାରେ ଘରୋଇ ଓ କମ୍ପାନୀ ଗୁଡିକ ଉପରେ ୱେସ୍କୋର ପ୍ରାୟ ୨ ହଜାର ୧୧୭ କୋଟି ଟଙ୍କାର ବିଜୁଳି ବିଲ୍ ବାକି ରହିଛି । ଏହା ସହିତ ୱେସ୍କୋ ବିଜୁଳି ବିଲ୍ କୁ ନେଇ ଯେଉଁ ତଥ୍ୟ ଦେଇଛି ତାହା ହେଉଛି ଅଧିକ ଚିନ୍ତା ଜନକ । ଗତ ୨ ବର୍ଷ ମଧ୍ୟରେ ୧ ଲକ୍ଷ ୨୫ ହଜାର ୧୭୦ ଜଣ ବିଜୁଳି ଉପଭୋକ୍ତା ଥରେ ହେଲେ ବି ବିଜୁଳି ବିଲ୍ ପୈଠ କରିନାହାନ୍ତି ।
/kanak/media/post_attachments/wp-content/uploads/2019/07/1464200374403-300x199.jpg)
୨ ଲକ୍ଷ ୫୭ ହଜାର ୬୫୨ ଉପଭୋକ୍ତାଙ୍କ ଉପରେ ୨୫ ହଜାରରୁ ଅଧିକ ଟଂକାର ବିଜୁଳି ବିଲ୍ ବକେୟା ରହିଛି । ୫୦ ହଜାରରୁ ଅଧିକ ଟଂକାର ବିଜୁଳି ବିଲ୍ ବାକି ଥିବା ଗ୍ରାହକଙ୍କ ସଂଖ୍ୟା ୧ ଲକ୍ଷ ୩୪ ହଜାର ୫୬୧ । ସେହିପରି ଏଚଟି, ଇଏଚଟି ନିକଟରେ ୪୦୬ କୋଟି ଟଂକା ବାକି ପଡିଛି । ପଶ୍ଚିମ ଓଡିଶାରେ ୯ଟି ଜିଲ୍ଲାକୁ ବିଜୁଳି ସେବା ଯୋଗାଇ ଦେଉଛି ୱେସ୍କୋ । ସରକାରଙ୍କ ଚିଠି ଅନୁସାରେ ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ବିଲ୍ ପୈଠ କରାନଗଲେ କାଟି ଦିଆଯିବ ବିଜୁଳି ସେବା । ସରକାରୀ କ୍ୱାର୍ଟର ଗୁଡିକ ସମ୍ପର୍କରେ ସରକାର କୌଣସି ଚିଠି ଦେଇନଥିବାରୁ ସେଗୁଡିକୁ ଆସନ୍ତା ଫେବ୍ରୁଆରୀ ୧୮ ତାରିଖ ଭିତରେ ବିଜୁଳି କାଟି ଦିଆଯିବ ବୋଲି ସୂଚନା ଦେଇଛି ୱେସ୍କୋ ।