ଚଢ଼ାଉ କରିବାକୁ ଯାଇଥିଲେ, ଫାଇନ୍ ଦେଇ ଫେରିଲେ । ସୁନ୍ଦରଗଡ଼ କୁତ୍ରାରେ ଆଦିବାସୀଙ୍କ ଘରେ ପଶି ମଦ ଖୋଜିଥିଲେ ଅବକାରୀ ଅଧିକାରୀ

426

କନକ ବ୍ୟୁରୋ : ଚଢ଼ଉ କରିବାକୁ ଆସଥିଲେ, ଜରିମାନା ଦେଇ ଫେରିଲେ । ସୁନ୍ଦରଗଡ଼ କୁତ୍ରା ବସ୍ତିରେ ମଦ କାରବାର ସନ୍ଦେହରେ ଅବକାରୀ ବିଭାଗ ଘରେ ଘରେ ପଶି ଚଢ଼ଉ କରିଥିଲେ । ଆଦିବାସୀ କିଷାନ ବସ୍ତି ଭିତରକୁ ଅତର୍କୀତ ଭାବେ ପଶି ଚଢ଼ାଉ କରିଥିବା ବେଳେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ଆଦିବାସୀ ମାନେ ପାରମ୍ପରିକ ରିତିନୀତିରେ ପ୍ରସ୍ତୁତ କରିଥିବା ହାଣ୍ଡିଆ ରଖାଯାଇଥିବା ଘରକୁ ଅବକାରୀ ବିଭାଗର କର୍ମୀ ମାନେ ଯୋତା ପିନ୍ଧିକି ପ୍ରବେଶ କରିବାରୁ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବସ୍ତିର ଶତାଧିକ ପୁରୁଷ ଓ ମହିଳା ଅବକାରୀ ବିଭାଗ ଅଧିକାରୀଙ୍କ ଗାଡ଼ିକୁ ୨ ଘଂଟା କାଳ ଅଟକ ରଖିଥିଲେ । ଆଦିବାସୀ କିଷାନ ସମ୍ପ୍ରଦାୟ ମାନେ ତାଙ୍କ ପୂର୍ବ ପୁରୁଷଙ୍କୁ ତରପାଏନ ତଥା ହାଣ୍ଡିଆ ହୋଲି ଦିନ ଅର୍ପଣ କରନ୍ତି । ଏଥିପାଇଁ ସେମାନେ ସପ୍ତାହକୁ ଆଗରୁ ଘର ଦ୍ୱାର ଲିପାପୋଛା କରି ହାଣ୍ଡିଆ ପ୍ରସ୍ତୁତ କରନ୍ତି । ହେଲେ ବିନା କାରଣରେ ପୂଜାପାଇଁ ଉଦ୍ଧିଷ୍ଟ ଥିବା ତରପାଏନ ତଥା ହାଣ୍ଡିଆକୁ ସେମାନେ ଛୁଇଁ ଦେଇଥିବାରୁ ଲୋକମାନେ ଉତକ୍ଷିପ୍ତ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା ପୂଜା ପାଇଁ ଉଦ୍ଧିଷ୍ଟ ଥିବା ହାଣ୍ଡିଆ ନଷ୍ଟ ହେବାରୁ ଏଥିପାଇଁ ଅବକାରୀ ବିଭାଗ ଅଧିକାରୀଙ୍କୁ ମୂଲ୍ୟ ଦେବାକୁ ପଡ଼ିଥିଲା । ଜାଳେଣି କାଠ ଓ ସେଥିରେ ବ୍ୟବହୃତ ଔଷଧ ତଥା ରାନୁ କିଣିବାକୁ ସେମାନଙ୍କୁ ୩ହଜାର ୫ଶହ ଟଙ୍କା ଓ ୨ କୁଇଣ୍ଟାଲ ଚାଉଳ ଜରିମାନା ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା ।