ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ପଛରୁ ଶୁଭିଲା ୩ବର୍ଷ ଝିଅର ସ୍ୱର : ଅଧାରୁ ଫେସବୁକ୍ ଲାଇଭ ବନ୍ଦ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

227

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ପଛରୁ ଶୁଭିଲା ୩ବର୍ଷ ଝିଅର ସ୍ୱର । ଡେରି ରାତି ହୋଇଯାଇଥିବାରୁ ଶୁଆଇ ଦେବାପାଇଁ ଅନୁରୋଧ କରିଥିଲା ଝିଅଟି । ଖବରଟି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିକା ଆର୍ଡନଙ୍କୁ ନେଇ । କରୋନା କଟକଣା ନେଇ ଦେଶବାସୀଙ୍କୁ ଉଦବୋଧନ ଦେଉଥିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ । ଫେସବୁକରେ ଲାଇଭ କରୁଥିବାବେଳେ ହଠାତ ପଛରୁ ଶୁଭିଥିଲା ଝିଅର ସ୍ୱର । ଶୋଇବାକୁ ଯିବା ପାଇଁ ସେ ମାଆଙ୍କୁ ଅନୁରୋଧ କରିଥିଲେ ।

ଏହାପରେ ଦେଶର ଜରୁରୀ ଆଲୋଚନାକୁ ଅଟକାଇ ଝିଅକୁ ଶୋଇବାକୁ ଯିବା ପାଇଁ କହିଥିଲେ ଓ କିଛି ସମୟ ପରେ ସେ ଆସିବେ ବୋଲି ଆଶ୍ୱାସନା ଦେଇଥିଲେ । ଏହି କଥାବାର୍ତ୍ତା ଭିତରେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଝିଅ ନେଭେଙ୍କୁ କ୍ୟାମେରାରେ ଦେଖିବାକୁ ମିଳିନଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ପୁଣି ଫେସବୁକ ଲାଇଭ ଜାରି ରଖିଥିଲେ । ତେବେ ପୁଣି ତାଙ୍କୁ ଝିଅ ଡାକିବାରୁ ବାଧ୍ୟ ହୋଇ ଲାଇଭ ଅଧାରୁ ବନ୍ଦ କରି ଦେଶବାସୀଙ୍କୁ କ୍ଷମା ମାଗିଥିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିକା ଆର୍ଡନ । ତେବେ ଦେଶର ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ନିଜ ଝିଅ ପ୍ରତି ଥିବା କର୍ତବ୍ୟକୁ କିଭଳି ନିଷ୍ପାଦନ କରୁଛନ୍ତି ଜେସିକା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।