ବଡ ଲୋକଙ୍କ ଭଳି ଜିନ୍ସ-ଜ୍ୟାକେଟ ପିନ୍ଧି ଆସୁଛନ୍ତି, କେହି ଘରେ ନଥିଲେ ଲୁଟ୍ କରି ଫେରାର ହୋଇ ଯାଉଛନ୍ତି । ମଞ୍ଚେଶ୍ୱରରୁ ସାମ୍ନାକୁ ଆସିଲା ଏଭଳି ଚୋରି ଘଟଣା, ସିସିଟିଭିରେ କଏଦ ହେଲା ଚୋରଙ୍କ ଚେହେରା । 

ବଡ ଲୋକଙ୍କ ଭଳି ଜିନ୍ସ-ଜ୍ୟାକେଟ ପିନ୍ଧି ଆସୁଛନ୍ତି, କେହି ଘରେ ନଥିଲେ ଲୁଟ୍ କରି ଫେରାର ହୋଇ ଯାଉଛନ୍ତି । ମଞ୍ଚେଶ୍ୱରରୁ ସାମ୍ନାକୁ ଆସିଲା ଏଭଳି ଚୋରି ଘଟଣା, ସିସିଟିଭିରେ କଏଦ ହେଲା ଚୋରଙ୍କ ଚେହେରା । 

କନକ ବ୍ୟୁରୋ :ରାଜଧାନୀରେ ଜିନ୍ସ-ଜ୍ୟାକେଟ୍ ପିନ୍ଧା ଚୋର । ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ୱାର୍ଟରରେ ପଶିଲେ ଲୁଟେରା । ମଞ୍ଚେଶ୍ୱର ରେଲୱେ କଲୋନୀରୁ ଏକ କ୍ୱାର୍ଟରରୁ ଲୁଟ୍ କରିଛନ୍ତି ଦୁଇ ଜଣ ଲୁଟେରା । ରଞ୍ଜନ କୁମାର ସିଂହଙ୍କ ଘରୁ ଲୁଟି ନେଇଛନ୍ତି ସୁନା ମୁଦି ଓ ୨୮ ହଜାର ଟଙ୍କା । ଚୋରିର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏନେଇ ରଞ୍ଜନ କୁମାର ସିଂ ଥାନାରେ ଅଭିଯୋଗ କରିଛନ୍ତି । ସିସିଟିଭି ଅଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏଭଳି ଜିନ୍ସ-ଜ୍ୟାକେଟ ପିନ୍ଧି ଚୋରି କରିବା ପଛର ମୂଳ ଉଦ୍ଦେଶ୍ୟ ହେଉଛି ତାଙ୍କୁ କେହି ଯେପରି ସନ୍ଦେହ କରିବେ ନାହିଁ । ସାଧାରଣତଃ ସରକାରୀ କଲୋନୀରେ ସୁରକ୍ଷା ବ୍ୟବସ୍ଥା ଟିକେ କଡା ରହିଥାଏ । ତେଣୁ ଜିନ୍ସ-ଜ୍ୟାକେଟ ପିନ୍ଧି ଆସିଲେ କେହି ସନ୍ଦେହ କରିବେନି ଏବଂ ବେଶ ସହଜରେ କଲୋନୀ ମଧ୍ୟକୁ ଆସିପାରିବେ । ତେବେ ଚୋରି କରିବା ପୂର୍ବରୁ ଏହି ଯୁବକ ମାନେ ରେକି କରୁଥିବା ପୋଲିସ ଅନୁମାନ କରୁଛି । ନଚେତ କେଉଁ ଘର କେବେ ଫାଙ୍କା ତାହା ଜାଣିବା ସହଜ ନୁହେଁ । ଚୋର ଘରେ ପଶିବା ପରେ ସିସିଟିଭି ଭାଙ୍ଗିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ । ଯାହା ଏହି ଜିନ୍ସ-ଜ୍ୟାକେଟ ଚୋରଙ୍କର ଅସଲ ଚେହେରାକୁ ସାମ୍ନାକୁ ଆଣିଛି । ଚୋରି କରିବା ପରେ ଯୁବକ ମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe