ଚର୍ଚ୍ଚାରେ ବିଆରଏସ ମୁଖ୍ୟଙ୍କ ଅତିଥି ସତ୍କାର। ଓଡିଆ ନେତାଙ୍କୁ ହାଇଦ୍ରାବାଦରେ ବିରିୟାନୀ ଖୁଆଇଲେ କେସିଆର ।

ଚର୍ଚ୍ଚାରେ ବିଆରଏସ ମୁଖ୍ୟଙ୍କ ଅତିଥି ସତ୍କାର। ଓଡିଆ ନେତାଙ୍କୁ ହାଇଦ୍ରାବାଦରେ ବିରିୟାନୀ ଖୁଆଇଲେ କେସିଆର ।

କନକ ବ୍ୟୁରୋ: କେସିଆରଙ୍କ ‘ବିରିଆନୀ’ ରାଜନୀତି । ହାଇଦ୍ରାବାଦରେ ଓଡ଼ିଆ ନେତାଙ୍କୁ ବିରିଆନୀ ଖୁଆଇଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଓଡିଆ ନେତାଙ୍କୁ କେସିଆର ବିରିଆନୀ ଖୁଆଇବାର ଫଟୋ ସାମନାକୁ ଆସିବା ପରେ ତେଲେଙ୍ଗାନା ମୁଖ୍ୟଙ୍କ ଅତିଥି ସକ୍ରାର ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶାରେ ସ୍ଥିତି ମଜବୁତ୍ କରିବାକୁ କେ.ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ଜୋରଦାର ଚେଷ୍ଟା କରୁଥିବା ବେଳେ ଦକ୍ଷିଣ ଓଡ଼ିଶାର ଜଣକ ପରେ ଜଣେ ନେତା ଏଥିରେ ସାମିଲ ହେବାରେ ଲାଗିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗଙ୍କ ସମେତ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ନବନିର୍ମାଣ କୃଷକ ସଂଗଠନର ଚାଷୀ ନେତା ଓ ସୂଚନା ଅଧିକାର କର୍ମୀ ସାମିଲ ହେବା ପରେ ରାଜ୍ୟ ରାଜନୀତି ହଲଚଲ ହୋଇଛି । ଆଗକୁ ଆଉ କେଉଁ ନେତା କେସିଆରଙ୍କ ବିଆରଏସ ଦଳରେ ସାମିଲ ହେବେ, ସେ ନେଇ ଆଲୋଚନା ହେଉଛି । ବିଆରଏସରେ ଯୋଗଦେବା ନେଇ ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଥିଲେ ବି କିଏ ସାମିଲ ହେବେ ତାହା ସ୍ପଷ୍ଟହୋଇନାହିଁ । ତେବେ କେସିଆର ଜଣେ ତୃଣମୂଳସ୍ତରର ନେତା ଓ ତାଙ୍କ ଷ୍ଟ୍ରାଟେଜୀ ଭିନ୍ନ ହୋଇଥିବାରୁ ସେ ଓଡିଶାରେ ଖେଳ ବିଗାଡିବେ କି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏସବୁ ଭିତରେ କେସିଆର ଓଡ଼ିଆ ନେତାଙ୍କୁ ବିରିଆନୀ ଖୁଆଥିବାର ଫଟୋ ସାମ୍ନାକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe