ଭାରତକୁ ମିଳିଲା ପ୍ରଥମ ପଦକ : ରୌପ୍ୟ ପଦକ ଜିତିଲେ ମୀରାବାଈ ଚାନୁ; ୪୯ କେଜି ଭାରୋତ୍ତୋଳନ ବର୍ଗରେ ଜିତିଲେ ପଦକ

221

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରୁ ଦେଶ ପାଇଁ ଆସିଲା ଖୁସି ଖବର । ଦେଶ ପାଇଁ ଆଜି ଭାରୋତ୍ତୋଳନରୁ ଆସିଛି ରୌପ୍ୟ ପଦକ । ଟୋକିଓ ଅଲିମ୍ପିକ୍ସରୁ ଦେଶକୁ ଏହି ପ୍ରଥମ ପଦକ ଦେଇଛନ୍ତି ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ । ୪୯ କେଜି ବର୍ଗରେ ଚାନୁ ଦ୍ୱିତୀୟ ସ୍ଥାନରେ ରହିଛି ସିଲଭର ପଦକ ହାସଲ କରିଛନ୍ତି । କ୍ଲିନ୍ ଆଣ୍ଡ ଜର୍କରେ ଚାନୁ ଦ୍ୱିତୀୟ ପ୍ରୟାସରେ ୧୧୫ କେଜି ଓଜନ ଉଠାଇବାରେ ସଫଳ ହୋଇଥିଲେ । ଏହାକୁ ମିଶାଇ ସେ ମୋଟ୍ ୨୦୨ କେଜି ଭାର ଉଠାଇଥିଲେ । ଦୀର୍ଘ ୨୧ ବର୍ଷ ପରେ ଦେଶକୁ ଭାରୋତ୍ତୋଳନରୁ ଆସିଲା ଅଲିମ୍ପିକ୍ସ ପଦକ ।

କର୍ଣ୍ଣମ ମାଲେଶ୍ୱରୀ ୨୦୦୦ ମସିହାର ସିଡନୀ ଅଲିମ୍ପିକ୍ସରେ ଦେଶକୁ ପ୍ରଥମ ମହିଳା ଭାରୋତ୍ତୋଳନ ପଦକ ଦେଇଥିଲେ ମାଲେଶ୍ୱରୀ । ସିଡନୀ ଅଲିମ୍ପିକ୍ସରୁ ବ୍ରୋଂଜ ଆସିଥିଲା । ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସରୁ ଦେଶ ପାଇଁ ସିଲଭର ପଦକ ଆଣିଛନ୍ତି ମୀରାବାଈ ଚାନୁ । ଚାନୁଙ୍କ ଏହି ସଫଳତା ପରେ ସାରା ଦେଶରେ ଖୁସି ଦେଖିବାକୁ ମିଳିଛି । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ କରି ଚାନୁଙ୍କ ଅଲିମ୍ପିକ୍ସ ସଫଳତା ନେଇ ଶୁଭେଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରି ମୀରାବାଈ ଚାନୁଙ୍କୁ ଶୁଭେଛା ଜଣାଇଛନ୍ତି । ଚାନୁଙ୍କ ବିଜୟ ଦେଶବାସୀଙ୍କ ପାଇଁ ପ୍ରେରଣା ବୋଲି ଟୁଇଟ୍ କରିଛନ୍ତି ମୀରାବାଇ ଚାନୁ ।

ମୀରାବାଈ ଚାନୁ ଦେଶ ପାଇଁ ପଦକ ଜିତିବା ପରେ ପରିବାରରେ ଖୁସିର ମାହୋଲ । ଚାନୁଙ୍କ ପରିବାର ସଦସ୍ୟ ଖୁସି ବ୍ୟକ୍ତ କରିଛନ୍ତି । ମୀରାବାଈଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି । କେବଳ ମଣିପୁର ନୁହଁ, ସାରା ଦେଶ ତାଙ୍କ ପାଇଁ ସେ ଗର୍ବ ଆଣିଛନ୍ତି ବୋଲି କହିଛନ୍ତି ମୀରାବାଈଙ୍କ ସଂପର୍କୀୟ । ପରିବାରର ସଦସ୍ୟ ଏକାଠି ବସି ମୀରାବାଈ ଚାନୁଙ୍କ ପ୍ରଦର୍ଶନ ଟିଭିରେ ଦେଖିିଥିଲେ । ପଦକ ଜିତିବା ପରେ ସମସ୍ତେ ସେଲିବ୍ରେସନ୍ କରିଥିଲେ ।