ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୮ର ପ୍ରଥମ ଦିନରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ମହିଳା ଭାରତ୍ତୋଳନକାରୀ ମୀରାବାଇ ଚାନୁ । ୪୮ କେଜି ବର୍ଗରେ ଚାନୁ ଏହି ପଦକ ହାସଲ କରିଛନ୍ତି । ଯେଉଁଥିରେ ଏହି ଖେଳାଳୀ ୧୯୬ କିଲୋର ଓଜନ ଉଠାଇ ନିଜ ରେକର୍ଡ ଭାଙ୍ଗିଛନ୍ତି । ତାଙ୍କର ପୂର୍ବ ରେକର୍ଡ ୧୯୪ କେଜି ଓଜନର ଥିଲା ଯାହାକି ୨୩ବର୍ଷୀୟ ଏହି ଭାରତ୍ତୋଳନକାରୀ ୨୦୧୬ ନଭେମ୍ବରରେ ବିଶ୍ୱ ଚାମ୍ପିୟନସିପରେ କରିଥିଲେ ।
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ନିଜର ସେହି ୬ମିନିଟର ପ୍ରଦର୍ଶନରେ ମୀରାବାଇ ଚାନୁ ୬ଥର ଏହି ଓଜନ ଉଠାଇଥିଲେ ଏବଂ ୬ଟି ରେକର୍ଡ ଭାଙ୍ଗିଲେ । ଭାରତ ତରଫରୁ କର୍ଣ୍ଣମ ମଲ୍ଲେଶ୍ୱରୀ ୧୯୯୫ ମସିହାରେ ବିଶ୍ୱ ଚାମ୍ପିୟନସିପ ଜିତିଥିଲେ । ଆଉ ଏହା ପରେ ଦୀର୍ଘ ସମୟ ବ୍ୟବଧାନରେ ମୀରାବାଇ ଚାନୁ ୨୦୧୬ ମସିହାରେ ବିଶ୍ୱ ଚାମ୍ପିୟନ ହୋଇଥିଲେ । ସେଠାରେ ୪୮ କିଲୋ ବର୍ଗରେ ତାଙ୍କର ପୂର୍ବ ରେକର୍ଡ ୧୭୫ କିଲୋ ଥିଲା ।ଏହି ରେକର୍ଡ ପରେ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରି ମୀରାବାଇ ଚାନୁ ୨୦୨୨ରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସରେ ପଦକ ହାତେଇବା ଆଶାକୁ ମଜବୁତ କରିଛନ୍ତି । ୨୦୦୭ ମସିହାରେ ଭାରତ୍ତୋଳନର ଆରମ୍ଭ କରିଥିବା ମଣିପୁରର ଏହି ଖେଳାଳୀଙ୍କୁ ଏହି ବର୍ଷ ପଦ୍ମଶ୍ରୀ ଉପାଧି ଦିଆଯାଇଛି । ଗତ ବର୍ଷ ମଣିପୁରର ମୁଖ୍ୟମନ୍ତ୍ରୀ ବିଶ୍ୱ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ ହାସଲ କରିବାରୁ ମୀରାବାଇ ଚାନୁଙ୍କୁ ୨୦ଲକ୍ଷ ଟଙ୍କାର ପୁରସ୍କାର ଦେଇଥିଲେ ।
ଭାରତ୍ତୋଳନରେ ଖେଳାଳୀଙ୍କୁ ଦୁଇଟି ପର୍ଯ୍ୟାୟରେ ଓଜନ ଉଠାଇବାକୁ ପଡିଥାଏ । ପ୍ରଥମ ପର୍ଯ୍ୟାୟକୁ ସ୍ନେଚ ଓ ଦ୍ୱିତୀୟ ପର୍ଯ୍ୟାୟକୁ କ୍ଲିନ ଏଣ୍ଡ ଜର୍କ କୁହାଯାଏ । ପ୍ରଥମ ପର୍ଯ୍ୟାୟରେ ଓଜନକୁ ତଳୁ ଉଠାଇ ସିଧାସଳଖ ମୁଣ୍ଡ ଉପରକୁ ଅଣାଯାଇଥାଏ । ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଓଜନକୁ ତଳୁ ଉଠାଇବା ପରେ କାନ୍ଧ ପାଖରେ ରଖିବାକୁ ପଡେ ଓ ଏହା ପରେ ମୁଣ୍ଡ ଉପରକୁ ଅଣାଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/220304-mirabai-chanu-gold-pti.jpg)