କନକ ବ୍ୟୁରୋ : ଏଣିକି ଆଉ ମାସ ଶେଷରେ ନୁହେଁ । ପ୍ରତି ସପ୍ତାହରେ ମିଳିବ ସାଲାରୀ । ଏଣିକି ଦରମା ପାଇବା ପାଇଁ ଆଉ ମାସ ଶେଷ ଯାଏଁ ଅପେକ୍ଷା କରିବାକୁ ପଡିବନି । ବରଂ ପ୍ରତି ସପ୍ତାହରେ ମିଳିବ ସାଲାରୀ । ଶୁଣିକି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ଆଉ ଆପଣ ଭାବୁଥିବେ ସତରେ କଣ ଏମିତି ନିୟମ ଲାଗୁ ହେବ । ତେବେ B2B ଇ-କମର୍ସ କମ୍ପାନୀ, ଇଣ୍ଡିଆମାର୍ଟ, ନିଜ କର୍ମଚାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଇବାକୁ ଯାଉଛି । କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ୱିକଲି ସାଲାରୀ ପେ ପଲିସି ଘୋଷଣା କରିଛି । ନିଜ ଫେସବୁକ ପେଜରେ ପୋଷ୍ଟ କରି ଏହି ସୂଚନା ଦେଇଛି ଇଣ୍ଡିଆମାର୍ଟ ।

Advertisment

କମ୍ପାନୀର କହିବା ଅନୁଯାୟୀ, ୱିକଲି ସାଲାରୀ ପେ-ପଲିସି ଲାଗୁ ହେବା ଦ୍ୱାରା, ଏଣିକି କର୍ମଚାରୀଙ୍କୁ ନିଜ ଦରମା ପାଇବା ପାଇଁ, ମାସ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡିବନି । ବରଂ ପ୍ରତି ସପ୍ତାହକୁ ସପ୍ତାହ, ସେମାନେ ସାଲାରୀ ପାଇବେ । ଆଉ ଏପରି ହେବା ଦ୍ୱାରା କର୍ମଚାରୀମାନେ ଆର୍ଥିକ ବୋଝରୁ ମୁକ୍ତ ହୋଇପାରିବେ । ଏବଂ ଭଲ କାମ କରିବା ପାଇଁ ମଧ୍ୟ ସେମାନେ ଆଗ୍ରହୀ ହେବେ । ତେବେ ଏପରି ପଲିସି ଲାଗୁ କରିବାରେ, ଇଣ୍ଡିଆମାର୍ଟ ବନିଯାଇଛି ଦେଶର ପ୍ରଥମ କମ୍ପାନୀ ।

ତେବେ ଅନେକ ଦେଶରେ, ପୂର୍ବରୁ ଏହି ନିୟମ ଲାଗୁ ହୋଇସାରିଛି । ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ହଙ୍ଗକଙ୍ଗ ଏବଂ ୟୁଏସର ଅନେକ କମ୍ପାନୀରେ ୱିକଲି ସାଲାରୀ ପେ ପଲିସି ଅନୁଯାୟୀ, କର୍ମଚାରୀମାନେ ଦରମା ପାଇଥାନ୍ତି । କିନ୍ତୁ ଭାରତରେ ସାଧାରଣତଃ କର୍ମଚାରୀମାନଙ୍କୁ ମାସ ଶେଷରେ ଦରମା ମିଳିଥାଏ । ତେବେ ସପ୍ତାହକୁ ସାଲାରୀ ମିଳିବା ଭଳି ନିୟମ ଲାଗୁ କରିବାରେ ଇଣ୍ଡିଆମାର୍ଟ ଏବେ ଦେଶର ପ୍ରଥମ କମ୍ପାନୀ ।