ଦେଶରେ କମୁଛି କରୋନା ସଂକ୍ରମଣ ହେଲେ ବଢୁଛି ମୃତ୍ୟ ହାର : ସାପ୍ତାହିକ କରୋନା ସଂକ୍ରମଣ ହାର ୪୫%କୁ ହ୍ରାସ

ଦେଶରେ କମୁଛି କରୋନା ସଂକ୍ରମଣ ହେଲେ ବଢୁଛି ମୃତ୍ୟ ହାର : ସାପ୍ତାହିକ କରୋନା ସଂକ୍ରମଣ ହାର ୪୫%କୁ ହ୍ରାସ

କନକ ବ୍ୟୁରୋ : ଦେଶରେ କମୁଛି କରୋନା ସଂକ୍ରମଣ । ଲଗାତର ଦ୍ୱିତୀୟ ସପ୍ତାହ ପାଇଁ ଦେଶରେ କମିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ସାପ୍ତାହରେ ସଂକ୍ରମଣରେ ରେକର୍ଡ ହ୍ରାସ ହୋଇଛି । ୭ ଦିନରେ ୪୫ ପ୍ରତିଶତ କମିଛି ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବ ସପ୍ତାହରେ ସଂକ୍ରମଣ ହାର ୧୯ ପ୍ରତିଶତ କମ୍ ରହିଥିବା ବେଳେ ଏହି ସପ୍ତାହରେ ତାହାଠାରୁ ଦୁଇ ଗୁଣାରୁ ଅଧିକ ହ୍ରାସ ପାଇଛି ।

ଜାନୁଆରୀ ୩୧ରୁ ଫେବ୍ରୁଆରୀ ୬ ମଧ୍ୟରେ ଦେଶରେ ୯ ଲକ୍ଷ ୭୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବ ସପ୍ତାହରେ ୧୭ ଲକ୍ଷ ୬୦ ହଜାର ଆକ୍ରାନ୍ତ ହୋଇଛନ୍ତି । ଯାହାକି ପୂର୍ବ ସପ୍ତାହ ତୁଳନାରେ ୪୪ ଦଶମିକ ୭ ପ୍ରତିଶତ ହ୍ରାସ । ତେବେ ଦେଶରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ ସପ୍ତାହ ତୁଳନାରେ ମୃତ୍ୟୁହାର ୧୬ ପ୍ରତିଶତ ବୃଦ୍ଧି ପାଇଛି । ଲଗାତର କିଛି ଦିନ ହେବ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe