ସମଗ୍ର ଯାଜପୁର ଜିଲ୍ଲାରେ ଲାଗିଲା ସପ୍ତାହାନ୍ତ ସଟଡାଉନ : ପୂର୍ବରୁ ଯାଜପୁର ଟାଉନ ଓ ବ୍ୟାସନଗରରେ ଜାରି ହୋଇଥିଲା ସଟଡାଉନ

118

କନକ ବ୍ୟୁରୋ : ଆଜିଠୁ ପୁରା ଯାଜପୁର ଜିଲ୍ଲାରେ ଲାଗିଲା ସପ୍ତାହାନ୍ତ ସଟଡାଉନ । ପୂର୍ବରୁ ଯାଜପୁରର ଦୁଇ ସହରାଚଂଳ ଯାଜପୁର ଟାଉନ ଓ ବ୍ୟାସନଗରରେ ସପ୍ତାହାନ୍ତ ସଟଡାଉନ ଜାରି ଜାରି କରାଯାଇ ଥିବା ବେଳେ ଏବେ ପୂରା ଜିଲ୍ଲାରେ ଏହି କଟକଣା ଲଗାଯାଇଛି । ଜିଲ୍ଲାର ପ୍ରତ୍ୟେକ ଅଂଚଳରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ୩୧୧ ପଂଚାୟତର ସରପଂଚମାନେ ନିଜ ନିଜ ପଂଚାୟତକୁ ସଟଡାଉନ ଘୋଷଣା କରିଛନ୍ତି । ଯାହାକୁ କି ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି ।

ଫଳରେ ଆଜି ଓ ଆସନ୍ତାକାଲି କେବଳ ସହର ନୁହେଁ ପୁରା ଯାଜପୁରରେ ସଟଡାଉନ କଟକଣା ବଳବତର ରହିବ । ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ ସହ ଜିଲ୍ଲାବାସୀ ସଟଡାଉନରେ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ପ୍ରକାଶ କରିଛନ୍ତି । ଆଜିର ସଟଡାଉନ ଯୋଗୁ ଯାଜପୁରରେ ଦୋକାନ ବଜାର ବନ୍ଦ ରହିବ ସହିତ ଗାଡି ଚଳାଚଳ ବନ୍ଦ ରହିଛି ଓ ପୁଲିସ ପକ୍ଷରୁ ବ୍ଲକିଂ ମାଧ୍ୟମରେ ଏହାକୁ କଡାକଡି ପାଳନ କରାଯାଉଛି ।