୧୦ ଜିଲ୍ଲା ଶନିବାର, ରବିବାର ସଟଡାଉନ । ଜୋନ-୧ରେ ଯାଉଥିବା ୧୦ ଜିଲ୍ଲାରେ ହେବ ଦୁଇ ଦିନିଆ ସଟଡାଉନ । ଜାଣନ୍ତୁ ସଟଡାଉନ ସମୟରେ ମିଳିବ କେଉଁ ସୁବିଧା...

Advertisment
୧୦ ଜିଲ୍ଲା ଶନିବାର, ରବିବାର ସଟଡାଉନ । ଜୋନ-୧ରେ ଯାଉଥିବା ୧୦ ଜିଲ୍ଲାରେ ହେବ ଦୁଇ ଦିନିଆ ସଟଡାଉନ । ଜାଣନ୍ତୁ ସଟଡାଉନ ସମୟରେ ମିଳିବ କେଉଁ ସୁବିଧା...

କନକ ବ୍ୟୁରୋ: ୧୦ ଜିଲ୍ଲାରେ ୨ ଦିନିଆ ସଟଡାଉନ । ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ହେବ ୧୦ ଜିଲ୍ଲା । ଜୋନ-୧ରେ ଯାଉଥିବାରୁ ୧୦ ଜିଲ୍ଲାକୁ ସପ୍ତାହ ଶେଷରେ ଦୁଇ ଦିନ ପାଇଁ ସଟଡାଉନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ଗଞ୍ଜାମ, ଗଜପତି, କଟକ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଝାରସୁଗୁଡା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ହେବ । ଏହି ୧୦ ଜିଲ୍ଲାରେ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିବାରୁ ସେଠାରେ ସଟଡାଉନ ଘୋଷଣା କରାଗଲା ।

ବ୍ୟକ୍ତିଗତ ପରିବହନ ବନ୍ଦ ରହିବ, ଦୋକାନ ବଜାର ବନ୍ଦ ରହିବ, ସଭା ସମିତି ବନ୍ଦ ରହିବ । ସ୍ଥାନୀୟ ପ୍ରଶାସନ ଏ ସବୁ ନିୟମ କଡାକଡି କରିବେ । ତେବେ ସଟଡାଉନରେ ଜରୁରୀ ସେବା ଚାଲୁ ରହିବ । ମେଡିକାଲ ସେବା, ପୋଲିସ ଓ ଅଗ୍ନିଶମ ବାହିନୀ, ଟେଲିକମ ସେବା, ପେଟ୍ରୋଲ ପମ୍ପ, ମିଡିଆ, ଜଳ ଯୋଗାଣ, ସ୍ୱରେଜ ସେବା, ବିଦ୍ୟୁତ୍ ଯୋଗାଣ, କୃଷି ଆଦି ସେବା ଯୋଗାଉଥିବା କର୍ମଚାରୀ ସଟଡାଉନରେ ଗତି କରିପାରିବେ ।

publive-image

ବିବାହ ଓ ଅନ୍ତିମ ସଂସ୍କାର ସ୍ଥାନୀୟ ପ୍ରଶାସନ ଅନୁମତିରେ କରିପାରିବେ । ଏଟିଏମ ଖୋଲା ରହିବ, ହୋମ୍ ଡେଲିଭରି ହୋଇପାରିବ, ଜାତୀୟ ରାଜପଥ କଡରେ ଥିବା ଢାବାରେ ପାର୍ସଲ ମିଳିବ, କ୍ଷୀର ଦୋକାନ ଖୋଲା ରହିବ, ରିଲାଏନ୍ସ ଫ୍ରେସ, ଚିଲିକା ଫ୍ରେସ, ବିଗ ବଜାର ଆଦି ଗ୍ରୋସରୀ ଦୋକାନ ହୋମ୍ ଡେଲିଭରି କରିପାରିବେ, ହକର ମାନେ ସକାଳ ୫ରୁ ୮ ଯାଏଁ କାମ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe