କାଲିଠୁ ସହରାଂଚଳରେ ସପ୍ତାହାନ୍ତ ସଟଡ଼ାଉନ୍ : ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ସହ ପୋଲିସର ଆଲୋଚନା

ଆଜି ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ବନ୍ଦ ରହିବ ଚଳପ୍ରଚଳ

870

କନକ ବ୍ୟୁରୋ : କାଲିଠୁ ସହରାଂଚଳରେ ସପ୍ତାହାନ୍ତ ସଟଡ଼ାଉନ । ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ସହ ପୋଲିସ ଆଲୋଚନା କରିଛିି । ଶନିବାର ଓ ରବିବାର ସପ୍ତାହାନ୍ତ ସଟଡ଼ାଉନ୍ ଥିବା ବେଳେ କମିଶନରେଟ୍ ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ବନ୍ଦ ରହିବ ଚଳପ୍ରଚଳ । ସଟଡ଼ାଉନ୍ ବେଳେ କେବଳ ଜରୁରୀକାଳୀନ ସେବାରେ ନିୟାଜିତ ଥିବା ବ୍ୟକ୍ତିଙ୍କୁ ବାଦ୍ ଦେଲେ ଆଉ କେହି ଘରୁ ବାହାରିପାରିବେ ନାହିଁ ।

ମେଡ଼ିକାଲ, ବିଦ୍ୟୁତ୍, ଜଳ ଯୋଗାଣ, କନଷ୍ଟ୍ରକସନ୍ କାମ ଭଳି ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ଯଦି କେହି ବିନା କାମରେ ଘରୁ ବାହାରନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସଟଡ଼ାଉନ୍ ସମୟରେ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନରେ କୌଣସି ବାଧା ସୃଷ୍ଟି ନହୁଏ ତାହା ଉପରେ ଆଲୋଚନା ହୋଇଛି ।

ସଟ୍‌ଡାଉନ୍ ସମୟରେ ଯେମିତି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ବାଧା ସୃଷ୍ଟି ନ ହୁଏ ତାହା ଉପରେ ଆଲୋଚନା ହୋଇଛି। କେବଳ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ବାଦ୍ ଦେଲେ ବାକି ସମସ୍ତ ଦୋକାନବଜାର ବନ୍ଦ ରହିବ । ଅନ୍ୟ ରାଜ୍ୟରୁ ପରିବା, ତେଜରାତି ସାମଗ୍ରୀ ନେଇ ଆସୁଥିବା ଟ୍ରକରୁ ଯେମିତି ମାଲ୍‌ ଅନ୍‌ଲୋଡ୍ ହୋଇ ପାରିବ ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଓଡ଼ିଶା ବ୍ୟବସାୟୀ ମହାସଂଘ, ଉତ୍କଳ ପେଟ୍ରୋଲିଅମ୍ ଡିଲର୍ସ ସଂଘ, କଞ୍ଚା ପରିବା ବ୍ୟବସାୟୀ ମହାସଂଘ, ଉଠାଦୋକାନୀ ମହାସଂଘର କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।