କନକ ବ୍ୟୁରୋ : ନବରଙ୍ଗପୁରରେ ସପ୍ତାହକୁ ୨ ଦିନିଆ ସଟଡାଉନ ଘୋଷଣା । ଜୁଲାଇ ୩୧ ଯାଏ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ରହିବ । ଜିଲ୍ଳାପାଳ ଏନେଇ ଘୋଷଣା କରିଛନ୍ତି । ସମସ୍ତ ଦୋକାନ, ବଜାର ବନ୍ଦ ରହିବା ସହ ପୂର୍ବ ପରି ସ୍ୱାସ୍ଥ୍ୟ ସେବା ଜାରି ରହିବ ବୋଲି କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ନୂଆ ଗାଇଡଲାଇନରେ ରାଜ୍ୟସରକାର କେବଳ ଜୋନ ୧ରେ ଥିବା ୧୦ଟି ଜିଲ୍ଳାରେ ସଟଡାଉନ ଘୋଷଣା କରିଥିଲେ । ତେବେ ନବରଙ୍ଗପୁର ଜିଲ୍ଳାରେ ସଟଡାଉନ ନେଇ ଜିଲ୍ଲାପାଳ ନିଷ୍ପତି ନେଇଛନ୍ତି ।
ନବରଙ୍ଗପୁରରେ ୨ ଦିନିଆ ସଟଡାଉନ୍ ନେଇ ଜିଲ୍ଲାପାଳଙ୍କ ଘୋଷଣା : ଶନିବାର ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ଦୋକାନ ବଜାର; କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନର ନିଷ୍ପତ୍ତି
/kanak/media/post_attachments/wp-content/uploads/2020/07/9.jpg)