କନକ ବ୍ୟୁରୋ : ୟୁକ୍ରେନ ରାଜଧାନୀ କିଭରେ ୱିକେଣ୍ଡ କର୍ଫ୍ୟୁ ହଟାଇ ଦିଆଯାଇଛି । ତେଣୁ ରେଳ ଷ୍ଟେସନକୁ ଛାତ୍ରଛାତ୍ରୀ ଆସିପାରିବେ ବୋଲି କୁହାଯାଇଛି । ରେଳ ଷ୍ଟେସନକୁ ଆସି ସେଠାରୁ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ବାହାରି ପାରିବେ ବୋଲି କୁହାଯାଇଛି । ୟୁକ୍ରେନ ରେଳ ବିଭାଗ ପକ୍ଷରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି ।

Advertisment

ସେପଟେ, ୟୁକ୍ରେନ ଉପରେ ଋଷିଆ ଆକ୍ରମଣର ଆଜି ହେଉଛି ୫ମ ଦିନ । ୟୁକ୍ରେନରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହା ଭିତରେ କିଏ ବଙ୍କର, ଟର୍ଣ୍ଣେଲ ଓ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋଷ୍ଟେସନରେ ଆଶ୍ରୟ ନେଉଛନ୍ତି ପୁଣି କିଏ ଦେଶ ଛାଡି ପଡୋଶୀ ଦେଶରେ ଆଶ୍ରୟ ନେଉଛନ୍ତି । ସଂଯୁକ୍ତ ରାଷ୍ଟ୍ର ଶରଣାର୍ଥି ହାଇକମିଶନ କହିଛି ୧ଲକ୍ଷରୁ ଅଧିକ ଲୋକ ବର୍ତମାନ ଅର୍ନ୍ତରାଷ୍ଟ୍ରୀୟ ସୀମା ପାର କରିସାରିଲେଣି । ଏହି ସଂଖ୍ୟା ପ୍ରତି ଘଂଟାରେ ବଢୁଚାଲିଛି ।

ଅଧିକାଂଶ ଲୋକ ପୋଲାଣ୍ଡ, ମୋଲଡଭରୀ, ହଲାଣ୍ଡ, ହଙ୍ଗେରୀ,ରୋମାନିଆ, ସ୍କୋଭିଆ,ଯାଉଛନ୍ତି । ତେବେ ୟୁକ୍ରେନରୁ ସବୁଠୁ ଅଧିକ ଲୋକ ପୋଲାଣ୍ଡା ମୁହାଁ ହେଉଛନ୍ତି । ୟୁକ୍ରେନର-ୁ ପୋଲାଣ୍ଡ, ୟୁକ୍ରେନ-ବେଲାରୁଷ ସୀମାଠୁ ଦୀର୍ଘ ୨୦କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ଭିଡ ଲାଗି ରହିଛି । ଯୁଦ୍ଧ ପ୍ରଭାବିତ ୟୁକ୍ରେନବାସୀଙ୍କ ପାଇଁ ଭିଜା ଫ୍ରି ଏଟ୍ରିଂ ଘୋଷଣା କରିଛି । ସୀମାରେ ଛିଡା ହୋଇ ୟୁକ୍ରେନବାସୀଙ୍କୁ ସ୍ୱାଗତ ଜଣାଇବା ସହ ଖାଦ୍ୟପାନୀୟ ଯୋଗାଉଛି ପୋଲାଣ୍ଡବାସୀ । ବର୍ତମାନ ସୁଦ୍ଧା ୨ଲକ୍ଷ ଲୋକ ୟୁକ୍ରେନ ଛାଡି ପଡୋଶୀ ଦେଶରେ ଶରଣ ନେଉଛନ୍ତି ।