ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଦିଲ୍ଲୀରେ ସପ୍ତାହନ୍ତ ତାଲାବନ୍ଦ । ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ଯାଏଁ ତାଲାବନ୍ଦ ଘୋଷଣା ।

90

କନକ ବ୍ୟୁରୋ: ଦିଲ୍ଲୀରେ ଗୁରୁବାର କରୋନା ମିଟର ପୁରା ଉପର ମୁହାଁ ରହିଛି । ଦିନକରେ ୧୭ ହଜାର ୨୩୪ ନୂଆ ପଜିିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ୧୦୪ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । କରୋନା ଭୂତାଣୁର ଏପରି ଦ୍ରୁତ ସଂକ୍ରମଣ ଦେଖିବା ପରେ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏନେଇ ଉପରାଜ୍ୟପାଳଙ୍କ ସହିତ ଆଲୋଚନା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜରିୱାଲ ।

ଦିଲ୍ଲୀରେ ସପ୍ତାହନ୍ତ ତାଲାବନ୍ଦ: କଣ ଖୋଲା କଣ ବନ୍ଦ?

  • ଖୋଲା ରହିବ ସମସ୍ତ ଜରୁରୀ ସେବା
  • ବିବାହ ଉତ୍ସବ ପାଇଁ ମିଳିବ ପାସ୍
  • ମଲ, ଜିମ୍, ସ୍ପା, ବଜାର ବନ୍ଦ ରହିବ
  • ହୋଟେଲରେ ବସି ଖାଇବା ମନା
  • ହୋଟେଲରୁ କେବଳ ରହିବ ପାର୍ସଲ ବ୍ୟବସ୍ଥା
  • ୩୦ ପ୍ରତିଶତରେ ଚାଲିବ ସିନେମା ହଲ
  • ସପ୍ତାହନ୍ତରେ ଜୋନ୍ ହିସାବରେ ଦିନକୁ ଥରେ ଖୋଲିବ ଗୋଟିଏ ବଜାର
  • ଡାକ୍ତରଖାନା, ରେଳ ଷ୍ଟେସନ, ବିମାନବନ୍ଦର ଯିବାକୁ ନେବାକୁ ହେବ ପାସ୍

ଦିଲ୍ଲୀରେ ବର୍ତମାନ ସଂକ୍ରମଣ ଏପରି ରହିଛି ଡାକ୍ତରଖାନା ଗୁଡିକରେ ରୋଗୀଙ୍କ ପାଇଁ ମିଳୁନି ଆବଶ୍ୟକ ବେଡ୍ । ନାହିଁ ଆବଶ୍ୟକତା ଅନୁସାରେ ଅକ୍ସିଜେନ୍ । ଏନେଇ ନିଜେ ଡାକ୍ତର ମୁହଁ ଖୋଲୁଥିବା ବେଳେ , ଦିଲ୍ଲୀରେ ଏବେ ବି ୫ ହଜାର ବେଡ୍ ଖାଲି ଥିବା ଯୁକ୍ତି ବାଢିଛନ୍ତି କେଜରିୱାଲ । କେବଳ ଡାକ୍ତରଖାନା ନୁହଁ ନିଗମବୋଧ ଶ୍ମଶାନ ଘାଟର ଚିତ୍ର ଦେଖିଲେ ଆପଣ ଦିଲ୍ଲୀର ବର୍ତମାନ ବାସ୍ତବିକତା ଜାଣିପାରିବେ । ଶବ ପୋଡିବାକୁ ଏବେ ଶ୍ମଶାନରେ ଅପେକ୍ଷା କରିବାକୁ ପଡୁଛି ଘଂଟା ଘଂଟା । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନତା । ଦିଲ୍ଲୀରେ ନାଇଟ୍ କରଫ୍ୟୁ ଓ ସପ୍ତାହନ୍ତ ତାଲାବନ୍ଦ ଜାରି କରି , ଦିଲ୍ଲୀ ସରକାର କରୋନାର ଚେନ୍ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ।