ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣା କଡାକଡି କଲେ ଦିଲ୍ଲୀ ସରକାର । ପ୍ରତି ସପ୍ତାହର ଶୁକ୍ରବାର ରାତି ୧୦ ରୁ ସୋମବାର ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ

144

କନକ ବ୍ୟୁରୋ : ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କିଛି ନୂଆ କଟକଣା ଜାରି କରିଛନ୍ତି । କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏବେ ବି ସ୍ଥିତି ଆୟତରେ ରହିଛି , ମେଡିକାଲରେ ବେଡର ଅଭାବ ନାହିଁ । ଏବେ ବି ୫ ହଜାର ବେଡ ଖାଲି ରହିଛି । ହେଲେ ବଢୁଥିବା ସଂକ୍ରମଣ ରୋକିବାକୁ ସପ୍ତାହନ୍ତ କର୍ଫ୍ୟୁ ଲାଗୁହେବ । ଏହି ସପ୍ତାହନ୍ତ କଫ୍ୟୁ ଶୁକ୍ରବାର ରାତି ୧୦ ଟାରୁ ଆରମ୍ଭ ହୋଇ ସେମାବାର ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।  ବାହାଘର ପାଇଁ ପାସ ନେବାକୁ ହେବ, ସପିଙ୍ଗ ମଲ୍, ଓ ଜିମ୍ ବନ୍ଦ ରହିବ, ୩୦ ପ୍ରତିଶତ ଲୋକଙ୍କୁ ନେଇ ସିନେମା ହଲ୍ ଚାଲିପାରିବ । ଅନ୍ୟପଟେ ସମସ୍ତ ଅତ୍ୟାବଶକୀୟ ସେବା ଖୋଲା ରହିବ । ସେହିଭଳି ସପ୍ତାହନ୍ତ କର୍ଫ୍ୟୁ ସମୟରେ ଜନସଂଖ୍ୟାକୁ ନଜରରେ ରଖି ଗୋଟିଏ ଅଞ୍ଚଳର ଗୋଟିଏ ବଜାର ଖୋଲା ରହିବ ।

କହିରଖୁ କି, କରୋନାର ଦ୍ୱିତୀୟ ଲହର ଚାଲୁଥିବା ବେଳେ ପ୍ରଥମଥର ପାଇଁ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରାଯାଇଛି । ଅନ୍ୟପଟେ ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇ ପାରେ ବୋଲି ଅନୁମାନ କରାଯାଇଛି ।