ବୁଧବାର ମଧ୍ୟରାତ୍ରିଠାରୁ ୬ ଘଣ୍ଟା ପର୍ଯ୍ୟନ୍ତ ମିଳିବନି ଟ୍ରେନ୍ ଟିକେଟ୍ ! ଟିକେଟ୍ ସମସ୍ୟା ଦେଶସାରା ଦେଖିବାକୁ ମିଳିବ । କ’ଣ ରହିଛି କାରଣ ଜାଣନ୍ତୁ ।

34

ରେଲୱେ କମ୍ପ୍ୟୁଟର ଆରକ୍ଷଣ ପ୍ରଣାଳୀ (ପିଆରଏସ୍) ର ସୁଚନା ମୁତାବକ ଆସନ୍ତା ବୁଧବାର ମଧ୍ୟରାତ୍ରିଠାରୁ ୬ ଘଣ୍ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିବ । ଏହି ସମୟରେ ୧୩୯ ଠାରୁ କୌଣସି ପ୍ରକାର ସୁବିଧା ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଇ ପାରିବନାହିଁ ଏବଂ ଟିକେଟ୍ ମଧ୍ୟ ଉପଲବ୍ଧ ହୋଇପାରିବ ନାହିଁ । ଉତ୍ତର ରେଳବାଇର ମୁଖ୍ୟ ଜନସଂପର୍କ ଅଧିକାରୀ ନିତିନ୍ ଚୌଧୁରୀଙ୍କ କହିବାନୁସାରେ ଦେଶସାରା ୬ ଘଣ୍ଟା ପର୍ଯ୍ୟନ୍ତ ପିଆରଏସ୍ ବନ୍ଦ ରହିବ । ଷ୍ଟେସନର ଅନୁସନ୍ଧାନ କକ୍ଷରୁ ଟେନ୍ ବିଷୟରେ ଅଧିକ ତଥ୍ୟ ଏବଂ ଟିସି ଅଫସରୁ ବର୍ଥ କନଫର୍ମ ହେବାର ସୁଚନା ଆପଣଙ୍କୁ ମିଳିଯିବ । ରେଲୱେ ପିଆରଏସ୍ ସିଷ୍ଟମକୁ ଅପଗ୍ରେଡ କରିବାକୁ ଯାଉଛି । ଏହି କାରଣରୁ ମେ ୨ ରାତ୍ର ୧୦.୪୫ ରୁ ମେ ୩ ସକାଳ ୫ ଟା ପର୍ଯ୍ୟନ୍ତ ପିଆରଏସ୍ କାମ କରିବ ନାହିଁ । ପିଆରଏସ୍ ମାଧ୍ୟମରେ ଯାତ୍ରୀମାନେ ଅନଲାଇନ୍ ଟିକେଟ୍ ବୁକିଂ କରିଥାନ୍ତି ଏବଂ ଏହି ସିଷ୍ଟମ ମାଧ୍ୟମରେ ୱେଟିଙ୍ଗ୍ ଟିକେଟ୍ କନଫର୍ମ ହେବା ଏବଂ ଟ୍ରେନ୍ ବିଷୟରେ ଅଧିକ ଜାନକାରୀ ମିଳିଥାଏ । ଯାତ୍ରୀମାନଙ୍କ ସୁବିଧା ସକାଶେ ପିଆରଏସରୁ ନୁଆ ସିଷ୍ଟମକୁ ଆଡ୍ କରାଯିବ । ଏବେ କ’ଣ ସୁବିଧା ରହିଛି ତାହା ପିଆରଏସ୍ ତରଫରୁ ଗୁପ୍ତ ରଖାଯାଇଛି ।