ବାହାଘର ପୂର୍ବରୁ କନିଆଁ ବେସରେ ଜିମରେ ପଶିଲେ ଯୁବତୀ । କାରନାମା ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ…

740

କନକ ବ୍ୟୁରୋ : ବାହାଘର ପୂର୍ବରୁ କନିଆ ବେଶରେ ଜିମରେ ପହଞ୍ଚିଲେ ଝଅ । ଆଉ ତାପରେ ଯାହା ସବୁ ଘଟିଲା ତାହା ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଜିମରେ କନିଆ ବେଷରେ ଯୁବତୀଙ୍କୁ ଦେଖି ଜିମରେ ଥିବା ବଡିବିଲ୍ଡରମାନେବି ତାଜ୍ଜୁକ ହୋଇଯାଇଥିଲେ । ଫଟୋଗ୍ରାଫର ବିଭିନ୍ନ ଆଙ୍ଗେଲରୁ ଫଟୋ ଉଠାଇ ଚାଲିଥିଲେ ।
ଆଜିକାଲି ବିବାହ ପୂର୍ବରୁ ପ୍ରି-ୱେଡିଂ ଫଟୋସୁଟ୍ ଏକ ଫ୍ୟାସନ ପାଲଟିଗଲାଣି । ବାହାଘର ପୂର୍ବରୁ ବର କନିଆ ତାଙ୍କର ପ୍ରତିଟି ମୁହୁର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଫଟୋ ସୁଟ୍ ଏବଂ ପ୍ରି-ୱେଡିଂ ଭିଡିଓ ବନାଇଥାନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜଣେ ଯୁବତୀ ଜିମରେ ଏପରି ସ୍ୱାଗ୍ ଦେଖାଇଛନ୍ତି ଯାହା ସମସ୍ତଙ୍କ ହୋସ ଉଡାଇଦେଇଛି ।
ନିଜର ବିବାହ ପୂର୍ବରୁ କନିଆ ଜିମରେ ପହଞ୍ଚି ଡମ୍ବଲ୍ସ ଧରି ବାଇସେପ୍, ଟ୍ରାଇସେପ୍ ଏବଂ ଇନକ୍ଲାଇନ୍ ଚେଷ୍ଟପ୍ରେସ ମାରି ଡୋଲେ-ସୋଲେ ଦେଖାଇ ଫଟୋସୁଟ କରୁଥିବାର ନଜର ଆସିଥିଲେ । ଦେହରେ ସାଢି, ହାତରେ ଚୁଡି, ମଥାରେ ସିନ୍ଥି ପିନ୍ଧି ପୂରା କନିଆ ବେସରେ ପାଖାପାଖି ୩୫ କେଜିର ଡମ୍ବଲ୍ସ ଧରି ଚେଷ୍ଟପ୍ରେସ୍ ଏବଂ ବାଇସେପ୍ସ ୱାର୍କଆଉଟ୍ କରିଥିଲେ । ଯାହା ସେଠାରେ ଥିବା ବଡିବିଲ୍ଡରଙ୍କୁ ଆଶ୍ଚର୍ଯ୍ୟ ଚକ୍କିତ କରିଦେଇଥିଲା ।


ବାସ୍ତବରେ ପ୍ରି-ୱେଡିଂ ସୁଟରେ କିଛି ଅଲଗା କରିବା ପାଇଁ ଯୁବତୀ ଜଣକ ଏପରି କରିଥିଲେ । ଜିମରେ ବ୍ୟାୟାମ କରି ଫଟୋ ସୁଟ୍ କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଜେଣେ ଆଇପିଏସ୍ ଅଧିକାରୀ ରୁପୀନ୍ ଶର୍ମା ଟ୍ୱିଟ୍ କରିଛନ୍ତି ।