କନକ ବ୍ୟୁରୋ: ହିନ୍ଦୁ ଧର୍ମର ମହାକାବ୍ୟ ମହାଭାରତ ଉପରେ ଅନେକ ଫିଲ୍ମ, ସିରିଏଲ ପ୍ରସ୍ତୁତ ହେଇସାରିଛି । ଆଜି ବି ଅନେକ ଲୋକଙ୍କ ଘରେ ଏହି ପୁରୁଣା ଟିଭି ସିରିଏଲକୁ ଲୋକମାନେ ପସନ୍ଦ କରୁଥିବା ଦେଖିବାକୁ ମିଳେ । ଲକଡାଉନ୍ ସମୟରେ ପ୍ରସାରିତ ହେଇଥିବା ପୌରାଣିକ କାର୍ଯ୍ୟକ୍ରମକୁ ମଧ୍ୟ ଲୋକମାନେ ବେଶ ପସନ୍ଦ କରିଥିଲେ । ତେଣୁ ଏହାକୁ ଆଖି ଆଗରେ ରଖି ଡିଜନୀ ହଟଷ୍ଟାର କରିଛି ଏକ ବଡ ଘୋଷଣା ।publive-imageମହାଭାରତ ଉପରେ ନିର୍ମାଣ ହେବ ୱେବସିରିଜ୍ । ଲୋକପ୍ରିୟ ଓଟିଟି ଆପ୍ ଡିଜନୀ ହଟଷ୍ଟାର ଏହାକୁ ପ୍ରସ୍ତୁତ କରିବ । ତେବେ ବଲିଉଡର ଜଣାଣୁଣା ଫିଲ୍ମ ନିର୍ମାତା ମଧୁ ମଣ୍ଟେନା ଏହି ପ୍ରୋଜେକ୍ଟକୁ ପ୍ରସ୍ତୁତ କରିବେ । ଏନେଇ ସେ ଡି-୨୩ ଏକ୍ସପୋ ଇଭେଣ୍ଟରେ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ, ଡିଜନୀ ହଟଷ୍ଟାର ଏହାର କିଛି ଫଟୋ ଏବଂ ଗ୍ରାଫିକ୍ସ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରିଛି ।publive-imageଡିଜନୀ ପ୍ଲସ ହଟଷ୍ଟାରର କଣ୍ଟେଣ୍ଟ ହେଡ୍ ଗୌରବ ବାନାର୍ଜୀଙ୍କ କହିବା ମୁତାବକ, ପାଖାପାଖି ୨ ହଜାର ବର୍ଷ ତଳର ଏହି ମହାକାବ୍ୟ ଆଜି ବି ଲୋକଙ୍କ ହୃଦୟରେ ଜୀବିତ ଅଛି । ଭାରତରେ ରହୁଥିବା କୋଟି କୋଟି ଲୋକ ଏହା କାହାଣୀ ଦେଖିବାକୁ ଆଉ ଶୁଣିବାକୁ ପସନ୍ଦ କରନ୍ତି । ତେଣୁ ଡିଜନୀ ହଟଷ୍ଟାର ଏହା ଉପରେ ସିରିଜ୍ ପ୍ରସ୍ତୁତ କରିବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ମହାଭାରତକୁ ନେଇ ଅନେକ ଫିଲ୍ମ ଓ ସିରିଜ୍ ପ୍ରସ୍ତୁତ ହେଇସାରିଛି । ସର୍ବପ୍ରଥମେ ୧୯୮୮ ମସିହାରେ ଦୂରଦର୍ଶନରେ ମହାଭାରତ ପ୍ରସାରିତ ହେଇଥିଲା । ଯାହାକି ଆଜି ପର୍ଯ୍ୟନ୍ତ ଲୋକଙ୍କୁ ପସନ୍ଦ ଆସୁଛି । ତେବେ ଏହାପରେ ବିଆର ଚୋପ୍ରାଙ୍କ ମଧ୍ୟ ମହାଭାରତ ପ୍ରସ୍ତୁତ କରିଥିଲେ । ୨୦୧୩ରେ ମଧ୍ୟ ମହାଭାରତକୁ ନେଇ ଏକ ଟିଭି ଶୋ ପ୍ରସ୍ତୁତ ହେଇଥିଲା ।publive-imageତେବେ ମିଳିଥିବା ସୂଚନା ମୁତାବକ ଡିଜନୀ ପ୍ଲସ ହଟଷ୍ଟାରର ଏହି ୱେବସିରିଜ୍ ୨୦୨୩ ମସିହାରେ ରିଲିଜ୍ ହେବ । ଯାହାର କାମ ଏବେ ଜାରି ରହିଛି । ଭିନ୍ନ ଭିନ୍ନ ଟିମ ଏହା ଉପରେ କାମ କରୁଛନ୍ତି ବୋଲି ଗୌରବ ବାନାର୍ଜୀ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏହି ୱେବସିରିଜ ନେଇ ତାରିଖ ଘୋଷଣା ହୋଇପାରେ ।